Odisha News

ବୀଣାପାଣି ଯୁବକ ସଂଘ ଅନ୍ୟଙ୍କ ପାଇଁ ପ୍ରେରଣା: ମନ୍ତ୍ରୀ ପ୍ରୀତିରଂଜନ ଘଡେଇ

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୨୨/୧ :ସାଙ୍ଗଠାନିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ସାମାଜିକ କାର‌୍ୟ୍ୟ ସବୁଥିରେ ସଂଘର ଉଦ୍ୟମ ପ୍ରଶଂସନୀୟ । ବର୍ଷ ବର୍ଷ ଧରି ସଂଘ ଏଭଳି ଜନହିତକାରୀ କାର୍ଯ୍ୟ ଜାରି ରଖିଥିବା ବେଳେ ଏହା ଅନ୍ୟଙ୍କ ପାଇଁ ପ୍ରେରଣା ।
ଅନ୍ୟ ପଂଚାୟତର ଥିବା ଯୁବକ ମାନେ ଏହି ସଂଘର କାର୍ଯ୍ୟକୁ ଅନୁସରଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଦରକାର ବୋଲି ବୀଣାପାଣି ଯୁବକ ସଂଘ ଉପର ଟମକା ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବରେ ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ଏବଂ ବୈଶୟିକ ବିଭାଗ ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଏଭଳି ମତପୋଷଣ କରିଛନ୍ତି ।
ଏକ ବିରାଟ ମଟର ସାଇକେଲ ପଟୁଆର ଓ ବାଣ ବାଜାର ତାଳେ ତାଳେ ଶ୍ରୀ ଘଡାଇଙ୍କୁ ଟମକା ଛକରୁ ସଭା ସ୍ଥଳକୁ ପାଛୋଟି ନିଆ ଯାଇଥିଲଶ । ସଂଘର ସାଧାରଣ ସମ୍ପାଦକ ତଥା ଶ୍ରମିକ ନେତା ଦ୍ୱାରୀକାନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ ଘଡାଇ ଯୋଗଦାନ କରିବା ସହ ଅନୁଷ୍ଠିତ ହୋଇଯାଇଥିବା ୪୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ଏହି ଅବସରରେ ଅନ୍ୟ ସମ୍ମାନୀତ ଅତିଥିଭାବେ ମନ୍ତ୍ରୀଙ୍କ ପ୍ରତିନିଧି ତଥା ସୁକିନ୍ଦା ନିର୍ବାଚନ ମଣ୍ଡଳି ଯୁବ ବିଜେଡି ସଭାପତି ପ୍ରଦୀପ କୁମାର ମହାନ୍ତି, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଦେବୀ ପ୍ରସାଦ ମହାନ୍ତି, ଯାଜପୁର ଜିଲ୍ଲା ବିଜେଡି ଉପ ସଭାପତି ମହେଶ୍ୱର ଗୁରୁ, ବ୍ଲକ୍ ଉପାଧ୍ୟକ ଅଜୟ କୁମାର ବିନ୍ଧାଣୀ, ବ୍ଲକ୍ ଯୁବ ବିଜେଡି ସଭାପତି ଚନ୍ଦନ କୁମାର କର, ବ୍ଲକ୍ ଯୁବ ବିଜେଡି ଉପ ସଭାପତି ସୁରେଶ କୁମାର ମହାନ୍ତ, ଯୁବନେତା ନରୋମ ବେହେରା, ପଂଚାୟତ ଯୁବ ବିଜେଡି ସଭାପତି ଜ୍ଞାନରଂଜନ ମହାପାତ୍ର, କିଆଝର ପଂଚାୟତ ସରପଂଚ ରାଜଲକ୍ଷ୍ମୀ ମହାପାତ୍ର, ସମିତି ସଭ୍ୟା ଗୌରୀ ମୂର୍ମୁ , ପ୍ରମୁଖ ଯୋଗଦାନ କରି କୃତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ।
ସଂଘର ସଭାପତି ତଥା ଯାଜପୁର ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଯୁବନେତା ସୌମ୍ୟରଂଜନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଘର ବରିଷ୍ଠ ସଭ୍ୟ ନୃପମଣି ଦାସ ବାର୍ଷିକ ବିବରଣୀ ପଠନ କରିଥିଲେ ।
ସଂଘର ବରିଷ୍ଠ ଉପଦେଷ୍ଟା ଦିଲ୍ଲୀପ କୁମାର ପ୍ରଧାନ, ସହ ସମ୍ପାଦକ କିଶାନ୍ ମୁଣ୍ଡା, ଉପ ସଭାପତି ଭାଗିରଥି ତନ୍ତି, କୋଷାଧ୍ୟକ୍ଷ ମଦନ ତନ୍ତି, ସଭ୍ୟ ଅଜୟ କୁମାର ଦାସ, ପାର୍ଥସାରଥି ବେହେରା, ପ୍ରବୀର କୁମାର ବାରିକ, ଗଣେଶ୍ୱର ଦାସ, ରାଜେଶ କୁମାର ଦାସ, ମଦନ ଦାସ, ମନୋଜ ମୁଣ୍ଡା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.