Odisha News

ବିଶ୍ୱ ରକ୍ତ ଦାନ ଦିବସ ଅବସରରେ ୧୨୭ ବାଟାଲିୟନ ତରଫରୁ ରକ୍ତ ଦାନ ଶିବିର

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୪/୬: ବିଶ୍ୱ ରକ୍ତ ଦାନ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଅବସ୍ଥାପିତ ୧୨୭ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ତରଫରୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ପରିସରରେ ବିଶ୍ୱ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା।
ଏଥିରେ ବାଟାଲିୟନର ୧୧ ଜଣ ଅଧିକାରୀ ଓ ଜବାନ ସକ୍ରିୟ ଅଂଶଗ୍ରହଣ କରିବା ସହ ରକ୍ତ ଦାନ କରି ବିଶ୍ୱ ରକ୍ତ ଦାନ ଦିବସକୁ ସଫଳ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ କମାଣ୍ଡ ଅଧିକାରୀ ସୁବ୍ରତ ନାୟକ, ଡେପୁଟି କମାଣ୍ଡାଣ୍ଟ ଅଜିତ ସି ବାବୁ, ବିପିନ କୁମାର, ବାଟାଲିୟନ ର ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାହୁଲ ମାଲପୋଟ୍ରା, ସହାୟକ କମାଣ୍ଡାଣ୍ଟ କୁମାର ରାଘବେନ୍ଦ୍ର, ଡାକ୍ତର ସୋମ୍ୟ ଦର୍ଶନ ନାୟକ, ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସୁମନ ମହାନ୍ତି, ମେଡିକାଲ୍ ଅଫିସର, ଉପଖଣ୍ଡ ହେଲଥ ସେଣ୍ଟର କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ ।
ଏହି ଅବସରରେ ଉପସ୍ଥିତ ସମସ୍ତ ଅଧିକାରୀ ଓ ଜବାନଙ୍କୁ ବାଟାଲିୟନର ଦ୍ୱିତୀୟ କମାଣ୍ଡିଂ ଅଫିସର ସୁବ୍ରତ ନାୟକ ବିଶ୍ୱ ରକ୍ତଦାନର ମହତ୍ତ୍ୱ ଓ ମାନବ ଜୀବନରେ ଏହାର ମହତ୍ତ୍ୱ ସମ୍ପର୍କରେ ବୁଝାଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଭାରସାମ୍ୟ ହରାଇ ଓଲଟିଲା ଶାଳ ମଞ୍ଜି ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର
ବାଲିଗୁଡ଼ା, ୧୪/୬:ଭାରସାମ୍ୟ ହରାଇ ଓଲଟିଲା ଶାଳମଞ୍ଜି ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର । ଏଭଳି ଏକ ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟି ନିକଟରେ ।
ସୂଚନା ପ୍ରକାରେ ବୁଧବାର ଦିନ ବାଲିଗୁଡ଼ା ଥାନା ବାରଖମା ଗ୍ରାମରୁ ଏକ ୧୪ ଚକିଆ ଟ୍ରକ ନଂ. ଏମଏଚ୍ ୪୦ ସିଏମ୍-୬୧୨୮ ରେ ଶାଳ ମଞ୍ଜି ବୋଝେଇ କରି ବାଲିଗୁଡ଼ା ୫୯ ନଂ.ଜାତୀୟ ରାଜପଥ ଦେଇ ରାୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।
ହେଲେ ବାଲିଗୁଡ଼ାରୁ ପ୍ରାୟ ୧୮ କିଲୋମିଟର ଯିବା ପରେ ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ବୁଲାଣି ରାସ୍ତାରେ ଏକ ଗାଈ ରାସ୍ତା ଉପରକୁ ଆସିଯିବା ଯୋଗୁଁ ଭାରସାମ୍ୟ ହରାଇ ପଡ଼ିଥିଲେ ଚାଳକ ।
ସୌଭାଗ୍ୟ ବଶତଃ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥବା ଜଣାପଡ଼ିଛି । ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଫେରିଥିବା ଜଣାପଡ଼ିଛି । ବାରମ୍ବାର ଏହି ଅଞ୍ଚଳରେ ଦୁର୍ଘଟଣା ଘଟି ଜନଜୀବନ ସମେତ ଗାଈଗୋରୁ ଏବଂ ଅନ୍ୟ ଜନ୍ତୁଙ୍କ ଜୀବନ ହାନି ଘଟୁଛି ।
ଏଣୁ ଏହି ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମ୍ପୃକ୍ତ ସ୍ଥାନରେ ସାଇନ୍ ବୋର୍ଡ଼ ଲଗାଇବା ସହ ପ୍ରଶାସନ ରାଜରାସ୍ତାରେ ଗାଈଗୋରୁ, ଛେଳି, ମେଣ୍ଡା ଆଦି ଗୃହପାଳିତ ପଶୁ ଚଳପ୍ରଚଳ ପ୍ରତି ଗୁରୁତ୍ବାରୋପ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।
କନ୍ଧମାଳରେ ଗୁଳି ଫୁଟିଲା : ଜଣେ ଗୁରୁତର
କନ୍ଧମାଳ,୧୪/୬ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଡାକପାଲା ଅଂଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି ।ଗୁଳି ମାଡ଼ରେ ଡ଼ାକ ପାଲା ଅଂଚଳର ଅଜିତ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ହୋଇପଡିଥିବା କୁହାଯାଉଛି । ଅଜିତର ଛାତିରେ ଗୁଳି ବାଜିଛି ।
ଅଜିତକୁ ପ୍ରଥମେ ଫୁଲବାଣୀ ଜିଲ୍ଲା ମୁଖ୍ୟ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା ଓ ଅବସ୍ଥା ଗୁରୁତର ହେବାରୁ ବୁଧବାର ସକାଳୁ ବ୍ରହ୍ମପୁର ବଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ଅଜିତକୁ ତାଙ୍କ ଘର ନିକଟରେ ହିଁ ଗୁଳି ମରାଯାଇଛି । ତେବେ କିଏ କାହିଁକି ଓ କଣ ପାଇଁ ଗୁଳି ମାରିଲା ତାହା ଜଣା ପଡ଼ିନାହିଁ ।
ଗୁଳି କାଣ୍ଡ ଯୋଗୁଁ ସମ୍ପୃକ୍ତ ଅଂଚଳ ଲୋକେ ଭୟଭୀତ ହୋଇପଡିଛନ୍ତି । ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ଘଟିଥିବା ଶୁଣିବାକୁ ମିଳୁଛି ଜ୍ଝ ଗୁଳି ମାରି ଦୁର୍ବୁତ୍ତ ଫେରାର ହୋଇଯାଇଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଅବ୍ୟାହତ ରଖିଛି ।

Related Posts

Seo wordpress plugin by www.seowizard.org.