Odisha News

ବିଶ୍ୱ କ୍ଷୁଧା ସୂଚକାଙ୍କରେ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ, ୧୫/୧୦: ବିଶ୍ୱ କ୍ଷୁଧା ସୂଚକାଙ୍କରେ ତଳକୁ ଖସିଲା ଭାରତ । ଭାରତର ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଠାରୁ ମଧ୍ୟ ତଳେ ରହିଛି ଭାରତ । ଚଳିତ ବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ ନମ୍ବରରେ ରହିଛି । ମୋଟ ୧୨୧ ଦେଶକୁ ନେଇ ହୋଇଥିବା ତାଲିକା ପ୍ରକାଶ କରାଯାଇଥିଲା ଯେଉଁଥିରେ ଭାରତ ସ୍ଥିତି ଅତି ଖରାପ ରହିଛି ।
୨୦୨୧ ବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ୧୦୧ନମ୍ବରରେ ସ୍ଥାନ ପାଇଥିଲା । ବିଶ୍ୱ କ୍ଷୁଧା ସୂଚକାଙ୍କ ସର୍ଭେରୁ ଦର୍ଶାଉଛି ଯେ ଭାରତର ଲୋକ ଠିକ୍ ଭାବେ ପେଟପୂରା ଖାଇବା ଖାଇବାକୁ ପାଉନାହାଁନ୍ତି ।

Related Posts

Seo wordpress plugin by www.seowizard.org.