Odisha News

ବିଶ୍ଵ ଆଜି ମୂରବୀ ଶୂନ୍ୟ

ବରଦା ଦାସଙ୍କ ରିପୋର୍ଟ
କଟକ,୩/୧୨: ବିଶ୍ଵ ରେ କେହି ମୂରବୀ ନ ଥିବାରୁ ଆଜି କେହି କାହା କଥା ମାନିବାକୁ ରାଜି ନୁହେଁ। କିଛି ରାଷ୍ଟ୍ର ନେତା ସେମାନଙ୍କ ଜିଦ୍ ରେ ଅଟଳ ରହୁଥିବାରୁ ଯୁଦ୍ଧ ଲାଗି ରହିଛି । କୌଣସି ସମାଧାନ ହୋଇପାରୁନି ।
ଫଳରେ ସେ ସବୁ ରାଷ୍ଟ୍ରରେ ଶାନ୍ତି ବ୍ୟାହତ ହୋଇଛି ବୋଲି ଥିଙ୍କର୍ଷ କ୍ଲବ ର ୧୦୭ ତମ ଆଭାସି ଆଲୋଚନାରେ ବହୁ ବୁଦ୍ଧିଜୀବି କ୍ଷୋଭ ପ୍ରକାଶ କରିଛନ୍ତି ।
ଅବସର ବିଶିଷ୍ଟ ପ୍ରଶାସକ ବିବେକ ପଟ୍ଟନାୟକ, ମେଜର ଜେନେରାଲ ଅତନୁ ପଟ୍ଟନାୟକ, ଡ ନନ୍ଦ ନନ୍ଦନ ଦାସ,ଆଲୋଚନାରେ ଅଂଶଗ୍ରହଣ କରି ସେମାନଙ୍କର ମତ ଦେଇଥିଲେ ।
ଜାତି ସଂଘ୍, ଜି ଟୋନଟି,ପ୍ରତିଷ୍ଠା ଅର୍ଥହୀନ ହୋଇପଡିଛି । ଏ ଦିଗରେ ସମସ୍ତେ ସଚେତନ ହୋଇ ବିଭିନ୍ନ ଆନ୍ତର୍ଜାତୀୟ ଅନୁଷ୍ଠାନ,ଓ ବିଶ୍ବସ୍ତରୀୟ ନେତା ମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପତ୍ର ଲେଖାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ହୋଇଛି । ଲଣ୍ଡନ ରୁ ଡାକ୍ତର ଭାଗ୍ୟଶ୍ରୀ ସିଂ ସ୍ଵାଗତ ସୂଚନା ଦେଇଥିଲେ ।
ବରଦା ଦାସ ସଭାକୁ ସଂଯୋଜନା କରିଥିଲେ ସର୍ବଶ୍ରି ଜୟକୃଷ୍ଣ ଚୌଧୁରୀ,ବିନୋଦ ଦାସ,ପ୍ରତାପ ରାଉତ, ଦିପାୟନ୍ ପଟ୍ଟନାୟକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ କ୍ଷ ବହୁ ବୁଦ୍ଧିଜୀବୀ ୟୁଟ୍ୟୁବରେ ଅଂଶଗ୍ରହଣ କରିଥିଲେ ।

Related Posts

Seo wordpress plugin by www.seowizard.org.