Odisha News

ବିଶ୍ଵାମିତ୍ର ମହାଙ୍କୁଡଙ୍କ ବିୟୋଗରେ ଜନ୍ମମାଟିରେ ଶୋକସଭା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୨ : ବିଜୁ ଜନତାଦଳର ଆଗ ଧାଡ଼ିର ନେତା ଧଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ବିଶ୍ଵାମିତ୍ର ମହାଙ୍କୁଡ ଙ୍କରଗତ ୦୩ତାରିଖ ଦିନ ପରଲୋକ ଘଟିଥିଲା ।
ଶନିବାର ଦ୍ଵାଦଶାହ ଅବସରରେ ତାଙ୍କ ରାଜନୈତିକ ସହଯୋଗୀ ବନ୍ଧୁ ପୂର୍ବତନ ବୌଦ୍ଧ ଜିଲ୍ଲାପରିଷଦ ଅଧକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ବରେ ତାଙ୍କ ଜନ୍ମ ସ୍ଥାନ କୁଶସିଙ୍ଗା ଗ୍ରାମ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।
ଏହି ଶୋକସଭାରେ ପୂର୍ବତନ ମନ୍ତ୍ରୀ ବିଜୁ ଜନତାଦଳର ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଷ୍ନୁପ୍ରିୟା ବେହେରା ଯୁବନେତା ଅବକାଶ ସାହୁ ବୌଦ୍ଧ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି ଶ୍ରୀଯୁକ୍ତ ଅରୁଣ କୁମାର ପ୍ରଧାନସୀତାରାମ ଅଗ୍ରୱାଲ ପୂର୍ବତନ ଆଠମଲ୍ଲିକ ବ୍ଲକ ଅଧକ୍ଷ ଚିତ୍ତରଞ୍ଜନ କର୍ଣ୍ଣ ଅମର ମହାଙ୍କୁଡ ସୀତାଂଶୁ ମହାଙ୍କୁଡ ବିକାଶ ମହାଙ୍କୁଡ ନାରାୟଣ ଭୋକ୍ତା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ସ୍ବର୍ଗତ ବିଶ୍ଵାମିତ୍ର ମହାଙ୍କୁଡ ଏକ ବ୍ୟକ୍ତି ନଥିଲେ ବରଂ ଅନୁଷ୍ଠାନ ଥିଲେ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବିଜୁ ପରିବାର କୁ ଏକାଠି କରି ଶକ୍ତିଶାଳୀ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ ।
ପଞ୍ଚାୟତ ତଥା ଜିଲ୍ଲାର ବିକାଶ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ଥିଲା । ଦଳ ମତ ନିର୍ବିଶେଷରେ ତାଙ୍କ କାର୍ଯ୍ୟଧାରା ଅଧୁରା କାର୍ଯ୍ୟକୁ ଆଗେଇନେବା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଉପସ୍ଥିତ ନେତୃବୃନ୍ଦ ପ୍ରକାଶ କରିଥିଲେ ।

Related Posts