Odisha News

ବିଶ୍ବ ପରିବେଶ ଦିବସ ଉପଲକ୍ଷେ ସିଆରପିଏଫ୍ ୧୨୭ ବାଟାଲିୟନ୍ ପକ୍ଷରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୬/୬: ଆଜି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଅବସ୍ଥାପିତ ସିଆରପିଏଫ୍ ୧୨୭ ବାଟାଲିୟନ୍ ପକ୍ଷରୁ ଏକ ସଚେତନତା ସାଇକେଲ ଓ ମୋଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଦ୍ବିତୀୟ କମାଣ୍ଡାଣ୍ଟ୍ ଅଧିକାରୀ ସୁବ୍ରତ ନାୟକ,ଉପ କମାଣ୍ଡାଣ୍ଟ୍ ଅଜିତ ସି ବାବୁ ଓ ବିପିନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ଅନୁଷ୍ଠିତ ହୋଇଥିବା ବେଳେ ବାଲିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ଶିକ୍ଷା ନିକେତନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏଥିରେ ସାମିଲ୍ ହୋଇଥିଲେ ।
ଏଥି ସହିତ ସିଆରପିଏଫ୍ ଇନିସ୍ପେକ୍ଟର ମାନସ କୁମାର ସୁନ୍ଦରାୟଙ୍କ ସମେତ ଅନ୍ୟ ଅଧିକାରୀ ଓ ଜବାନମାନେ ମଧ୍ୟ ଏଥିରେ ସାମିଲ୍ ହୋଇଥିଲେ । ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା ଏବଂ ଆମ ପରିବେଶ ସୁରକ୍ଷିତ ରହିପାରିବ । ଏଣୁ ଜଙ୍ଗଲ ରକ୍ଷା କରିବା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ଏବଂ ସମସ୍ତେ ଗଛ ଲଗାଇବା ଆବଶ୍ୟକ ବୋଲି କହିଛନ୍ତି ଦ୍ବିତୀୟ କମାଣ୍ଡାଣ୍ଟ୍ ।

Related Posts

Seo wordpress plugin by www.seowizard.org.