Odisha News

ବିଶ୍ବରେ ୧୪୦ ବ୍ରହ୍ମା କୁମାରୀ ଆଶ୍ରମରେ ଅବ୍ୟକ୍ତ ଦିବସ ପାଳିତ

ବରଦା ଦାସଙ୍କ ରିପୋର୍ଟ
କଟକ,୧୯/୧: ବକ୍ସିବଜାର ପ୍ରଜାପତି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ୨୫ ଦିନ ଧରି ଦିବାରାତ୍ରି ଧ୍ୟାନ ଶିବିର ଉଦଯାପିତ ହୋଇଯାଇଛି ।
ବି କେ ଝୁନୁ ଏହି ଅନୁଷ୍ଠାନ ପ୍ରତିଷ୍ଠାତା ଦାଦା ଲେଖ ରାଜ ଙ୍କ ୫୭ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ କହିଲେ ଯେ ଆଜି ଅବ୍ୟକ୍ତ ଦିବସ ରୂପେ ସାରା ବିଶ୍ଵ ରେ ପରିଚାଳିତ ୧୪୦ ଟି ବି କେ ଆଶ୍ରମ ରେ ଏହିପରି କାର୍ଯ୍ୟକ୍ରମ ପାଳିତ ହୋଇ ବିଶ୍ବରେ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ କରୁଛି ।
ଏହି ଅବସରରେ ସାମୁହିକ ଧ୍ୟାନ ଶିବିର ପରେ ବିଶେଷ ମୁରଲୀ ପାଠ କରିଥିଲେ । ପରେ ଭୋଗ କରାଯାଇ ସମସ୍ତଙ୍କୁ ବିତରଣ କରାଯାଇଥିଲା ।
ପ୍ରତିମା,ଜୟନ୍ତୀ,ସୁଶାନ୍ତ,ବରଦା, ନଗେନ୍ଦ୍ର,ରମେଶ ଭାଇ ଓ ଅନ୍ୟମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।

Related Posts