ବିଶ୍ବରେ ଭାରତୀୟ ହିନ୍ଦୁତ୍ବ ନମସ୍ୟ

ବରଦା ଦାସଙ୍କ ରିପୋର୍ଟ
କଟକ, ୨୧/୩ : ବୁଦ୍ଧିଜୀବୀ ମାନେ ବହୁ ସଂଖ୍ୟାରେ ରାଜନୀତି ରେ ଯୋଗ ଦିଅନ୍ତୁ । ଏଥିସହ ଦୈନିକ ଏକ ଘଣ୍ଟା ସମାଜ ସେବାରେ ବିନିଯୋଗ କରିବାକୁ ଭାରତ ର ବିଦେଶ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ ରବି କୁମାର କହିଛନ୍ତି ।
ବିଜେପି କଟକ ବୁଦ୍ଧିଜୀବୀ ପ୍ରକୋଷ୍ଠ ଶାଖାର ୫ ମ ଆଭାସି ବୈଠକ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ବରେ ହିନ୍ଦୁତ୍ବ ର ପ୍ରଭାବ ଉପରେ ସାର ଗର୍ଭକ ବକ୍ତବ୍ୟ ଦେଇଥିଲେ । ସେ ଆହୁରି କହିଲେ ଯେ ସଂସ୍କୃତ ଭାଷା ସବୁ ଭାଷାର ଜନକ ।
ଭାରତ କିପରି ବିଶ୍ୱଗୁରୁ ସେ ବିଷୟ ବେଦ ଓ ଗୀତର ପ୍ରଭାବ ସମ୍ପର୍କରେ କେତେକ ଦୃଷ୍ଟାନ୍ତ ଦେଇ ଶ୍ରୋତାଙ୍କୁ ଆଚମ୍ବିତ କରିଦେଇଥିଲେ ।
ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ଏ ଆଲୋଚନା ଆୟୋଜନ କରାଯାଇ ଥିଲା ସର୍ବଶ୍ରୀ ପ୍ରତାପ ରାଉତ,ନିରଞ୍ଜନ ପଣ୍ଡା, ଉମାଶଙ୍କର ମିଶ୍ର,ନିମାଇ ସ୍ୱାଇଁ,ଶଙ୍କର ପାଇ,କିଶୋର ଆଇଲାନି, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଲୋପାମୁଦ୍ରା ମହାନ୍ତି,ନିତାଇ ନନ୍ଦ, ଡ ଏସ କେ କଳିମୁଲହ।,ସୁରେନ୍ ପ୍ରଧାନ,ବେଡପ୍ରକାଶ ଆର୍ଯ୍ୟ,ସର୍ବେଶ୍ଵର ବେହେରା, ରାଧା ଭାଚେର,ଆରତୀ ଆଢେ,ସନ୍ତପ ଜେନା,ସ୍ପନ୍ଦନ ମହାନ୍ତି,ଜିତେନ୍ଦ୍ର ବେହେରା,ଅଭିମନ୍ୟୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।
ବିଜେପି ସକ୍ରିୟ ସଭ୍ୟ ବରଦା ଦାସ ସଭା ସଂଯୋଜନା କରି ଶିକ୍ଷା ବିଭାଗ ର ସଚେତନତା ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ବୋଲି କହିଥିଲେ ।
ଶେଷରେ ବାଙ୍ଗାଲୋର ରୁ ଆର୍ ଏସ ଏସ କର୍ମୀ ବିଭୁ ଦତ୍ତ ମହାନ୍ତି ନିଜର ସମୀକ୍ଷା କରି ଧନ୍ୟବାଦ୍ ଦେଇଥିଲେ । ଆଗ୍ରହୀ ବ୍ୟକ୍ତି ୟୁ ଟ୍ୟୁବ୍ ଟି କୁ ଦେଖି ପାରିବେ ।