ବିଲରୁ ମିଳିଲା ନବଜାତକର ମୃତଦେହ, ପଲିଥିନ ଭିତରେ ଭର୍ତ୍ତି କରି ଫିଙ୍ଗିଦେଇଥିଲେ

ମୟୁରଭଞ୍ଜ, ୧୧/୫ : ପଲିଥିନ ବ୍ୟାଗରେ ବନ୍ଧା ହୋଇ ପଡିଛି ତିନି-ଚାରି ମାସର ଶିଶୁର ମୃତ ଦେହ । ଏପରି ଅଭାବନୀୟ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ପୋଲିସ ଷ୍ଟେସନ ଅନ୍ତର୍ଗତ କୁଆଗୋଠଣା ଗ୍ରାମରେ ।
ମିଳୁଥିବା ସୂଚନା ମୁତାବକ ରବିବାର ସକାଳ ସମୟରେ ସ୍ଥାନୀୟ ଲୋକ ମାନେ କୁଆଗୋଠଣା ପ୍ରାଥମିକ ବିଧ୍ୟାଳେ ନିକଟରେ ଏକ ପଲିଥିନ ବ୍ୟାଗରେ କିଛି ଶକ୍ତ ଭାବେ ବନ୍ଧା ହୋଇ ପଡିଥିବାର ଦେଖିବାକୁ ପାଇଥିଲେ । ଏହାକୁ ଦେଖିବା ବେଳେ ଏଥିରେ ଏକ ନବଜାତକର ମୃତଦେହ ବନ୍ଧା ହୋଇପଡିଥିବାର ଦେଖିବାକୁ ପାଇଥିଲେ । ପ୍ରାଥମିକ ତଦନ୍ତରୁ ଶିଶୁଟିର ବୟସ ତିନିରୁ ଚାରି ମାସର ହେବ ବୋଲି ଅନୁମାନ କରାଯାଉଛି ।
ତେବେ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।