Odisha News

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ଚଳିତ ବର୍ଷ ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର,୨୩/୩: ଓଡ଼ିଶାର ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ବସ୍ତି । ଏବର୍ଷ ବଢିବ ନାହିଁ ବିଦ୍ୟୁତ ଦର ଜ୍ଝ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଥିବାବେଳେ ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୪ ଟଙ୍କା, ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୫ଟଙ୍କା ୮୦ ପଇସା, ୪୦୦ ୟୁନିଟରୁ ଅଧିକ ପାଇଁ ୟୁନିଟ ପିଛା ଦର ୬ଟଙ୍କା ୨୦ ପଇସା ସ୍ଥିର କରାଯାଇଛି ।
ସେହିପରି ଡିଜିଟାଲ ପେମେଣ୍ଟ କଲେ ଘରୋଇ ଉପଭୋକ୍ତାଙ୍କୁ ୩ ପ୍ରତିଶତ ବଦଳରେ ୪ ପ୍ରତିଶତ ରିହାତି ମିଳିବ ।ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ପାଇଁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ ।
ସେହିଭଳି ରେଳ ମନ୍ତ୍ରାଳୟକୁ ରେଳ କ୍ଷେତ୍ରର ବିକାଶ ପାଇଁ ୟୁନିଟ ପିଛା ୨୫ ପଇସା ରିହାତି ଦିଆଯିବ । ସେହିପରି ବଡ ନିଷ୍ପତ୍ତି ଭାବରେ ବିଳମ୍ବରେ ବିଲ ପୈଠ କଲେ ଯେଉଁ ପେନାଲଟି ବା ଜରିମାନା ପଡୁଥିଲା ତାହାକୁ ଛାଡ କରିଦିଆଯାଇଛି ।

Related Posts

Seo wordpress plugin by www.seowizard.org.