Odisha News

ବିଦ୍ୟାଳୟସ୍ତରୀୟ ଭାଷା, ସାହିତ୍ୟ ସୃଜନଶିଳତାର ଦ୍ୱିତୀୟ ବାର୍ଷିକ ଉତ୍ସବ

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୨୯/୩ : ଚନ୍ଦ୍ରପୁର ବ୍ଲକ ତୁରିଗୁଡ଼ା ପଞ୍ଚାୟତର ବାଙ୍ଗରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭାଷା ସାହିତ୍ୟ ସୃଜନଶିଳତାର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ପ୍ରଧାନ ଶିକ୍ଷକତ୍ରିପତି ଗଙ୍ଗା ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ, ବ୍ଲକ ଗୋଷ୍ଟ ଶିକ୍ଷା ଅଧିକାରୀ ଗଣେଶ ଶବର ସରପଞ୍ଚ ସୁନିତା ମୂଣ୍ଡିକା, ମୁଖ୍ୟ ବକ୍ତା ଭାବେ ଏ ବି ଓ ଉମାକାନ୍ତ ମିଶାଲ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ବାଳକୃଷ୍ଣ ବିହାରୀ , ସିଆର ସି ସି ପ୍ରଦୀପ କୁମାର ସେଠୀ ସ୍କୁଲ ସଭାପତି ଅନନ୍ତ ଆସଡ଼ା ଜଗଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ବରିଷ୍ଟ ଶିକ୍ଷକଚିତ୍ତରଞ୍ଜନ ମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ସହ ମଞ୍ଚ ପରିଚାଳନା କରିଥିଲେ ।
ପ୍ରାରମ୍ଭରେ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗଙ୍ଗା ନଦୀର ବାର୍ଷିକ ବୀବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରଯାଇଥିଲା ।
ଶିକ୍ଷକ ଆନନ୍ଦ ବିଡିକା,ବିଜ୍ଞାନ ସ୍ୱାଇ, ବାମନ ଚରଣ ପ୍ରଧାନ, ପୂର୍ବତନ ଶିକ୍ଷକ ସୀମା ପାଡି ଉପସ୍ଥିତ ଥିବା ବେଳେ, ଶିକ୍ଷକ ଏମ ଶ୍ରୀରାମ , କେ ତାଡେକେଶ୍ୱର୍ ରାଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାଙ୍କୃତିକ କାର୍ଯ୍ୟକ୍ରମକୁ ଅଭିଭାବକ ଓ ଗ୍ରାମବାସୀ ପ୍ରଶଂସା କରିଥିଲେ ।
କିନ୍ତୁ ବାର୍ଷିକ ଉତ୍ସବରେ ଦୁଇ ଜଣ ଶିକ୍ଷୟତ୍ରୀ ଛୁଟିରେ ରହିଯିବାରୁ ଅଭିଭାବକ ଗ୍ରାମବାସୀ ଦୁଃଖ ପ୍ରକାଶ କରି ବି ଈ ଓ, ଓ ଏ ବି ଓ ସାରଙ୍କୁ ଅବଗତ କଲେ ।ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଗଙ୍ଗା ଧନ୍ୟବାଦ ଅର୍ପଣ ଦେଇଥିଲେ ।

Related Posts