Odisha News

ବିଦେଶରେ ବିବାହ କ’ଣ ଜରୁରୀ ? ପ୍ରଧାନମନ୍ତ୍ରୀଙ୍କ ଅପିଲ୍- ‘ଘର ଟଙ୍କା ଘରେ ହିଁ ଖର୍ଚ୍ଚ କର’

ନୂଆଦିଲ୍ଲୀ,୨୬/୧୧: ଭାରତରେ ବିବାହ କଲେ ଦେଶର ଟଙ୍କା ଦେଶରେ ରହିବ। ବିଦେଶ ଯାଇ ବିବାହ କରିବା ଜରୁରୀ କି? ଆଜି ମାସିକ ବେତାର କାର‌୍ୟ୍ୟକ୍ରମ ‘ମନ୍ କୀ ବାତ୍’ ୧୦୭ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ପ୍ରଶ୍ନ କରିଥିଲେ। ଗତ କିଛି ବର୍ଷ ହେବ ବଲିଉଡ କଳାକାର ହୁଅନ୍ତୁ ବା କୌଣସି ଧନୀକ ବ୍ୟକ୍ତି ହୁଅନ୍ତୁ, ବିଦେଶରେ ଯାଇ ବିବାହ କରିବାକୁ ପସନ୍ଦ କରୁଛନ୍ତି। ଏହି ଧାରାକୁ ନାପସନ୍ଦ କରି ମୋଦୀଜୀ ବିଦେଶ ଯାଇ ବିବାହ କରିବା ଜରୁରୀ କି? ବୋଲି ପ୍ରଶ୍ନ କରିଥିଲେ।
ସେ କହିଥିଲେ ଯେ, ଆଜିକାଲି କିଛି ଧନୀକ ପରିବାର ବିଦେଶ ଯାଇ ବିବାହ କରିବା ଆରମ୍ଭ କରିଛନ୍ତି। ଦିନକୁ ଦିନ ଏହାକ ଏକ ଟ୍ରେଣ୍ଡ ପାଲଟିଲାଣି। ଏଭଳି କରିବା ଜରୁରୀ କି? ଯଦି ଆମେ ଭାରତର ଲୋକମାନଙ୍କ ମଧ୍ୟରେ ଭାରତ ମାଟିରେ ବିବାହ ଉତ୍ସବ ପାଳନ କରିବା, ତେବେ ଦେଶର ଟଙ୍କା ଦେଶରେ ରହିବ।
ଦେଶର ଲୋକମାନେ ଆପଣଙ୍କ ବିବାହରେ କିଛି ସେବା କରିବାର ସୁଯୋଗ ପାଇବେ। ଏପରିକି ଗରିବ ଲୋକମାନେ ମଧ୍ୟ ନିଜ ପିଲାମାନଙ୍କୁ ଆପଣଙ୍କ ବିବାହ ବିଷୟରେ କହିବେ। ଏହା ବହୁତ ବଡ ଧନୀକ ପରିବାର ସହ ଜଡିତ ବିଷୟ। ମୁଁ ଆଶା କରୁଛି ମୋର ଏହି ଯନ୍ତ୍ରଣା ନିଶ୍ଚିତ ଭାବରେ ସେହି ଧନୀକ ପରିବାର ପାଖରେ ପହଞ୍ଚିବ ଏବଂ ସେମାନେ ବିଦେଶ ନଯାଇ ଏଠାରେ ହିଁ ବଡ଼ ଆକାରରେ ବିବାହ କରିବେ।

Related Posts

Seo wordpress plugin by www.seowizard.org.