Odisha News

ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକର:୧ ନଂ ଜୋନ ଜିଲ୍ଲା ପରିଷଦ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩୧/୧ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ୧ ନଂ ଜୋନ କୁରାଳ ରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକର ଦେଖିବାକୁ ମିଳୁଛି। ୧ ନଂ ଜୋନ ଟି ୯ ପଂଚାୟତ କୁ ନେଇ ଗଠିତ ଏହି ଜୋନରେ ବିଜେଡି ରୁ ଝିଲ୍ଲୀ ପ୍ରଧାନ ବିଜେପି ରୁ ଧରିତ୍ରୀ ସେଠୀ, କଂଗ୍ରେସ ରୁ ଜୋସ୍ନା ରାଣୀ ନାୟକ ପ୍ରଚାର ମଇଦାନ କୁ ଓହ୍ଲାଇଛନ୍ତି। ବିଜେଡ଼ି ଓ ବିଜେପି ପାର୍ଥୀ ଙ୍କ ନିଜ ଘର କୁରାଳ ପଂଚାୟତ ରେ ହୋଇଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଙ୍କ ଘର ରୋହିବାଙ୍କ ରେ।
ବିଜେପି ର ଧରିତ୍ରୀ ସେଠୀ ପ୍ରଧାନମନ୍ତ୍ରୀ ଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇ ଭୋଟ ଭିକ୍ଷା କରୁଛନ୍ତି। ବିଜେଡି ସରକାର ରେ ହେଉଥିବା ଦୁର୍ନୀତି ଯଥା ପକ୍କା ଘର ଥିବା ଲୋକଙ୍କୁ ପିସି ନେଇ ଆବାସ ଯୋଜନା ରେ ସାମିଲ କରିବା,ଧାନକିଣାରେ ୧୫ କିଗ୍ରା କଟନୀ ଛଟନୀ, କାମ ନ କରି ଫଲ୍ସ ବିଲ, ଏନ୍ ଆର୍ ଇଜି ଏସ୍ ରେ ଘୋଟାଲା ଇତ୍ୟାଦି ଜନସାଧାରଣ ଙ୍କୁ ବୁଝାଇ ମନମୋହୁଛନ୍ତି।
ଝିଲ୍ଲି ପ୍ରଧାନ ବିଜେଡି ସରକାର ଙ୍କ ଜୋଜନା ସଂପର୍କରେ ଲୋକଙ୍କୁ ବୁଝାଇଲାବେଳେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଛନ୍ତି। କାରଣ ଝିଲ୍ଲି କୁରାଳ ରେ ୨୦୧୭ ରୁ ୨୦୨୨ ପର‌୍ୟ୍ୟନ୍ତ ସରପଂଚ ଥାଇ ସେଭଳି କିଛି ଆଖିଦୃଶିଆ କାମ କରିନାହାନ୍ତି। ନିଜ ଦଳୀୟ ଲୋକଙ୍କୁ ବି ସନ୍ତୁଷ୍ଟ କରିପାରୁନାହାନ୍ତି। ଫଳରେ ବିଜେଡି ପ୍ରାର୍ଥୀ ଝିଲି ପ୍ରଧାନ ଙ୍କୁ ବହୁ ସ୍ଥାନରେ ହଟହଟା ହେବାକୁ ପଡୁଥିବା ଦେଖିବାକୁ ମିଳୁଛି।

Related Posts

Seo wordpress plugin by www.seowizard.org.