Odisha News

ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଭୁବନେଶ୍ୱର,୭/୩: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସେ ନବୀନ ନିବାସରେ ଦଳୀୟ ନେତାଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ବିଜୁବାବୁଙ୍କ ଏକାନ୍ତ ଅନୁଗତ ଥିଲେ ବିଜୟ ମହାପାତ୍ର। ବିଜୁଙ୍କ ମନ୍ତୀମଣ୍ଡଳରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଥିଲେ। ହେଲେ ୨୦୦୦ରେ ବିଜେଡି ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ଦିଆଯାଇଥିଲା। ବିଧାୟକ ପ୍ରାର୍ଥୀ ଭାବେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
ହେଲେ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ ପ୍ରତ୍ୟାହାର କରି ନିଆଯାଇଥିଲା। ଏହାପରେ ସେ ବିଜେଡି ସହ ସମ୍ପର୍କ ଛିନ୍ନ କରିଥିଲେ। ୨୦୦୯ ଓ ୨୦୧୯ ରେ ସେ ପାଟକୁରାରୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନାରେ ଅବତୀର୍ଣ୍ଣ ହୋଇଥିଲେ। ହେଲେ ବିଜେଡି ପ୍ରାର୍ଥୀଙ୍କଠାରୁ ସେ ପରାଜିତ ହୋଇଥିଲେ। ୨୦୧୯ ନିର୍ବାଚନ ପରଠାରୁ ବିଜୟ ରାଜନୈତିକ କ୍ଷେତ୍ରରେ ଏକ ପ୍ରକାର ନୀରବ ରହିଥିଲେ।

Related Posts

Seo wordpress plugin by www.seowizard.org.