Odisha News

ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା, ପ୍ରତିଷ୍ଠା ଦିବସରେ ଶ୍ରୀକ୍ଷେତ୍ରରୁ ୨୪ ପାଇଁ ଶଙ୍ଖନାଦ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬/୧୨: ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା। ଆଜି ପୁରୀରେ ଦଳ ପାଳିବ ସିଲଭର ଜୁବଲି। ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି। ୨୬ ବର୍ଷରେ ଦଳ ପାଦ ଦେବା ଅବସରରେ ୨୪ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ କି ବାର୍ତ୍ତା ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ? ତା’ଉପରେ ସମସ୍ତଙ୍କ ନଜର ରହିଛି।
ଅନ୍ୟପଟେ ଦୀର୍ଘ ୨୫ ବର୍ଷର ସଫଳତା ଅପେକ୍ଷା ଦଳକୁ ଏବେ ଘାରିଛି ଅନ୍ତଃ କନ୍ଦଳ ଚିନ୍ତା। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଦଳ ଦୁଇ ଭାଗ ହେବା ଓ ବିଦ୍ରୋହ ଭଳି ସ୍ଥିତି ଥିବାରୁ ଆଗକୁ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ଯାଉଛି ବିଜେଡି।
ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ଗୋଷ୍ଠୀକନ୍ଦଳ ଯୋଗୁ ରାଜେନ୍ଦ୍ର ଦାସଙ୍କୁ ଟିକଟ ମିଳିଲା ନାହିଁ। ଆଉ ସେ ବିଦ୍ରୋହ କରି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ଦଳକୁ ବେଶ୍ ମହଙ୍ଗା ପଡ଼ିଲା। କେବଳ ଏହି ଗୋଟିଏ ଘଟଣା ନୁହେଁ, କିଛି ଦିନ ପୂର୍ବରୁ ଠିକା କାମକୁ ନେଇ ବିଜେପୁର ନିର୍ବାଚନ ମଣ୍ଡଳୀରେ ଘଟିଥିଲା ତୁମୁଳକାଣ୍ଡ। ମୁହାଁମୁହିଁ ହୋଇଥିଲେ ମନ୍ତ୍ରୀ ରୀତା ସାହୁ ଓ ବିଧାୟକ ସୁଶାନ୍ତ ସିଂହଙ୍କ ଗୋଷ୍ଠୀ। ହେଲେ ଦଳ ଭିତରେ କିଛି ଅନ୍ତର୍ଦ୍ୱନ୍ଦ୍ୱ ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Related Posts

Seo wordpress plugin by www.seowizard.org.