Odisha News

ବିଚ୍ ରାସ୍ତାରେ ଡ୍ରାଇଭର ସହ ଜଳିଗଲା ୧୪ ଚକିଆ ଟ୍ରକ୍

ଯାଜପୁର,୧୫/୧୦: ବିଚ୍ ରାସ୍ତାରେ ଜଳିଗଲା ୧୪ ଚକିଆ ଟ୍ରକ୍। ଟ୍ରକ୍ ଡ୍ରାଇଭର ମଧ୍ୟ ଜଳି ଯାଇଛି। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଟ୍ରକ୍ଟି ଜଳିଯାଇଛି। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।
ପାଣିକୋଇଲି ଥାନା ଗୋଳେଇପୁର ଅଞ୍ଚଳର ସୁରେଶ କୁମାର ଦାସ ୧୪ ଚକିଆ ଟ୍ରକ୍ ଚଲାନ୍ତି। ଆଜି ସେ ମାଲ୍ ଅନ୍ଲୋଡ୍ କରି ନିଜ ସିଙ୍ଗଡ଼ା ଗାଁ ଅଭିମୁଖେ ଯାଉଥିଲେ। ତେବେ ରାସ୍ତାରେ ଓଳିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା ଟ୍ରକ୍।
ଯାହାଫଳରେ ଟ୍ରକ୍ଟି ଜଳି ଯାଇଥିଲା। ଟ୍ରକ୍ ଭିତରେ ଡ୍ରାଇଭର ମଧ୍ୟ ଜଳି ଯାଇଥିଲେ। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ। ପରେ ଗୁରୁତର ଅବସ୍ଥାରେ ସୁରେଶଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ପାଣିକୋଇଲି ଥାନା ପୁଲିସ୍ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related Posts

Seo wordpress plugin by www.seowizard.org.