ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଉତ୍ତରାଧିକାରୀ ମନୋନୀତ କଲେ ପ୍ରଧାନ ବିଚାରପତି ୟୁ.ୟୁ. ଲଳିତ

ନୂଆଦିଲ୍ଲୀ, ୧୧/୧୦: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ନିଜର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ନାଁ ସୁପାରିଶ କରିଛନ୍ତି। ଏନେଇ ସେ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି।
ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ନଭେମ୍ବର ୯ ତାରିଖରେ ଜଷ୍ଟିସ୍ ଚନ୍ଦ୍ରଚୂଡ ଶପଥ ନେବେ। ତାଙ୍କ କାର୍ୟ୍ୟକାଳ ଦୁଇ ବର୍ଷ ଗୋଟିଏ ଦିନ ରହିବ । ୨୦୨୪ ନଭେମ୍ବର ୧୦ ତାରିଖରେ ସେ ଅବସର ନେବେ।
ଏହା ପୂର୍ବ ଦିନ ଅର୍ଥାତ ନଭେମ୍ବର ୮ ତାରିଖରେ ସରୁଛି ସିଜେଆଇ ୟୁୟୁ ଲଳିତଙ୍କ କାର୍ୟ୍ୟକାଳ। ସେ ସୁପ୍ରିମକୋର୍ଟର ୪୯ତମ ପ୍ରଧାନ ବିଚାରପତି ଭାବେ ଅଗଷ୍ଟ ୨୭ ତାରିଖ ଦିନ ଶପଥ ନେଇଥିଲେ । ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ୟ୍ୟକାଳ ମାତ୍ର ୭୪ ଦିନ ଥିଲା।
ସୁପ୍ରିମକୋର୍ଟଙ୍କ ପରମ୍ପରା ଅନୁଯାୟୀ ପ୍ରଧାନ ବିଚାରପତି ଅବସର ନେବାର ଏକ ମାସ ପୂର୍ବରୁ ଏକ ବନ୍ଦ ଲଫାପାରେ ନିଜ ଉତ୍ତରାଧିକାରୀଙ୍କ ନାଁ ସୁପାରିଶ କରନ୍ତି । ଏହାପରେ ସରକାର ତାଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେଇଥାନ୍ତି।