Odisha News

ବିଏସ୍ଏଫ୍ ଶିବିର ନିକଟରୁ ଜୀବନ୍ତ ବୋମା ଉଦ୍ଧାର, ଅଘଟଣ ପୂର୍ବରୁ ନିଷ୍କ୍ରିୟ କଲେ ଯବାନ

କୋରାପୁଟ ,୭/୬ : ଅଳ୍ପକେ ବର୍ତିଲେ ବିଏସଏଫ ଯବାନ। ୧୫୧ ବାଟାଲିୟନ ବିଏସଏଫ ଦ୍ବାରା ଆଇଡି ବମ ଠାବ ହୋଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡା ମାଲକାନଗିରି ୩୨୬ନଂ ଜାତୀୟ ରାଜପଥ ରାସ୍ତାର ମନ୍ତ୍ରୀଆମ୍ବ -ଗୋବିନ୍ଦପାଲି ଘାଟ ରାସ୍ତା ମଧ୍ୟରେ ଠାବ ହୋଇଛି ।
ଖବର ଅନୁଯାୟୀ, ଜଙ୍ଗଲକୁ କମ୍ବିଂ ଅପରେସନ ଲାଗି ଯବାନମାନେ ଯାଉଥିଲେ । ଏହାପୂର୍ବରୁ ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ପକ୍ଷରୁ ଆଇଡି ବୋମା ପୋତାଯାଇଥିଲା ।
କିନ୍ତୁ ସବୁ ପ୍ଲାନକୁ ଫେଲ୍ କରିଦେଇଛି ସନ୍ଧାନୀ କୁକୁର । ପରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନଷ୍ଟ କରିଛନ୍ତି । ଯାହାଫଳରେ ଏକ ବଡ଼ଧରଣରୁ ଅଘଟଣରୁ ବର୍ତ୍ତିଯାଇଛନ୍ତି ବିଏସ୍ଏଫ୍ ଯବାନ ।

Related Posts

Seo wordpress plugin by www.seowizard.org.