Odisha News

ବାହାରିଲା ମାଟ୍ରିକ ପରୀକ୍ଷା ଫଳ: ୫୭୧ ନମ୍ବର ରଖି ସମଗ୍ର ନୟାଗଡ଼ ଜିଲ୍ଲାରେ ଟପ୍ପର ପ୍ରଜ୍ଞାରାଣୀ ମହାପାତ୍ର

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୟାଗଡ଼,୨୯/୭:  ଛାତ୍ର ଛାତ୍ରୀଙ୍କ ବହୁ ପ୍ରତିକ୍ଷା ର ଅନ୍ତ ଘଟିଛି । ବାହାରିଛି ମାଟ୍ରିକ ପରୀକ୍ଷା ର ଫଳ । ସମଗ୍ର ନୟାଗଡ଼ ଜିଲ୍ଲାରେ ୮୬.୬୩ ପ୍ରତିଶତ ପାସ ହାର ରହିଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞାରାଣୀ ମହାପାତ୍ର ସମୁଦାୟ ୬୦୦ ମାର୍କ ରୁ ୫୭୧ ନମ୍ବର ରଖି ସମଗ୍ର ନୟାଗଡ଼ ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଭବିଷ୍ୟତରେ ସେ ଭାରତୀୟ ପ୍ରଶାସନିକ ସେବାରେ ନିଜକୁ ସାମିଲ କରିବା ପାଇଁ ଲକ୍ଷ ରଖିଥିବା ପ୍ରକାଶ କରିଛନ୍ତି ।
ସେଭଳି ଖଣ୍ଡପଡ଼ା ବ୍ଲକ ବନମାଳୀ ପୁର ପ୍ରଗତି ବିଦ୍ୟା ମନ୍ଦିର ର ଛାତ୍ର ସିଦ୍ଧାନ୍ତ ଦାସ    ୫୫୫  ମାର୍କ ରଖି  ବିଦ୍ୟା ମନ୍ଦିର ର ଟପର ହୋଇ ପାରିଛନ୍ତି । ସେ ଭବିଷ୍ୟତରେ ବୈଜ୍ଞାନିକ  ହୋଇ ନୂତନ ଜ୍ଞାନକୌଶଳ ଉଦ୍ଭାବନ କରିବା ଦିଗରେ ଲକ୍ଷ ରଖିଛନ୍ତି ।


ଭାପୁର ବ୍ଲକ ବାଇଗୁଣିଆ ତନ୍ତୁ ସମବାୟ ହାଇସ୍କୁଲ ର ଛାତ୍ର ବିପିନ କୁମାର ଦାସ ୫୫୧  ମାର୍କ ରଖି ହାଇସ୍କୁଲ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଭବିଷ୍ୟତରେ ଜଣେ ଡ଼ାକ୍ତର ହୋଇ ସେବା କରିବାକୁ ଲକ୍ଷ ରଖିଥିବା ପ୍ରକାଶ କରିଛନ୍ତି ।

ଏହି ଛାତ୍ରଛାତ୍ରୀ ମାନେ ସଫଳତା ପଛରେ ବାପା ,ମା , ଗୁରୁଜନ ବିଶେଷ କରି ଶିକ୍ଷକ ଶିକ୍ଷୟିତ୍ରୀ ଓ କଠିନ ପରିଶ୍ରମ ଫଳରେ ଏହି ସ୍ଥାନ ରେ ପହଞ୍ଚି ପରିଥିବା ପ୍ରକାଶ କରିଛନ୍ତି। ସେମାନଙ୍କର ସଫଳତା ର ବାର୍ତ୍ତା ନୟାଗଡ଼ ଜିଲ୍ଲାରେ ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲା ରୁ ବିଭିନ୍ନ ମହଲରୁ ସେମାନଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟିଛି ।

Related Posts

Seo wordpress plugin by www.seowizard.org.