Odisha News

ବାଲିଗୁଡା : ସ୍ବର୍ଗତ ଦୟାନିଧି ମଲିକଙ୍କ କୁଇ ଲିପିକୁ ସାର୍ବଜନୀନ କୁଇ ଲିପି ଭାବେ ଘୋଷଣା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୪/୧୧: ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ଘୁ. ଉଦୟଗିରି ଆନୁକୂଲ୍ୟରେ ହଦଗଡ଼ ଶାଖା ଟିକାବାଲିର ଆବାହକତ୍ଵରେ କୁଇ ସମାଜ ଟିକାବାଲି କାର୍ଯ୍ୟାଳୟ ଠାରେ କୁଇ ଭାଷା , ସାହିତ୍ୟ , ଲିପି , ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସମ୍ବନ୍ଧେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ଘୁ.ଉଦୟଗିରି ସ୍ଥିତ ନିଖିଳ ଉତ୍କଳ କୁଇ ସମାଜ ୟୁନିଅନର ସଭାପତି ପୁଷାରା କହଁର ଅଧ୍ୟକ୍ଷତା କରି ସ୍ବର୍ଗତ ଦୟାନିଧି ମଲିକଙ୍କର ‘ କୁଇ ଲିପି ‘ କୁ ଡିଜିଟାଲି କୁଇ ପ୍ୟାଡ୍ ମାଧ୍ୟମରେ ଓ ‘ କୁଇ ଲିପି ଗ୍ରା’ମ୍ବା ପୁତି ‘ ଡିଜିଟାଲ ପୁସ୍ତକକୁ ଉନ୍ମୋଚନ କରିଥିଲେ ।
ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲିକ ଯୋଗଦେଇ ସ୍ବର୍ଗତ ଦୟାନିଧି ମଲିକଙ୍କ କୁଇ ଲିପିକୁ ” ସାର୍ବଜନୀନ କୁଇ ଲିପି ” ରୂପେ ଘୋଷଣା କରି ମଣିଷର ଅଙ୍ଗପ୍ରତ୍ୟଙ୍ଗ ଆକୃତି ଗୁଡ଼ିକରୁ ସ୍ବର୍ଗତ ମଲିକ ୧୯୮୨ ମସିହାରେ ‘ କୁଇ ଲିପି ‘ ଆବିଷ୍କାର କରିଥିଲେ ।
୧୯୯୯ ମସିହାରେ ୧୯୯୮ ବର୍ଷ ପାଇଁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ , ନୂଆଦିଲ୍ଲୀରୁ ” ଭାଷା ସମ୍ମାନ ” ପ୍ରାପ୍ତ କରିଥିଲେ । ଆଜକୁ ପ୍ରାୟ ୩୫ ବର୍ଷ ହେବ କନ୍ଧ/କୁଇ ସମୁଦାୟ ସେହି କୁଇ ଲିପିକୁ ବ୍ୟବହାର କରି ଆସୁଛନ୍ତି । ବର୍ତ୍ତମାନ କୁଇ ଲିପିକୁ କୁଇ ପ୍ୟାଡ୍ ମାଧ୍ୟମରେ କମ୍ପ୍ୟୁଟରରେ ଯେଉଁ ଲେଖିବା ସମ୍ଭବ ହୋଇଛି ତାହା କୁଇ ଲିପି ବିକାଶର ପରିଚାୟକ ବୋଲି ମତ ବ୍ୟକ୍ତ କରିଥିଲେ ।
ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ମିହିର ଚାନ୍ଦ୍ ମଲିକ , ମୁଖ୍ୟବକ୍ତା ଭାବେ ଟିକାବାଲି ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଦିଲ୍ଲିପ କହଁର, ଟିକାବାଲି ସରପଞ୍ଚ କୁନ୍ଦୁରୁ ମଲିକ , କୁଇ ସମାଜ ହଦଗଡ଼ ଶାଖା ର ସଭାପତି ତପନ କହଁର ,ସମ୍ପାଦକ ଜନକ ପ୍ରଧାନ , ସହ ସମ୍ପାଦକ ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସମାଜର ଅନ୍ୟ ମାନଙ୍କ ମଧ୍ୟରେ ନରୋତ୍ତମ ପ୍ରଧାନ , ସୁଭାଷ ଚନ୍ଦ୍ର ପ୍ରଧାନ , ବିରେନ୍ଦ୍ର ପ୍ରଧାନ , ଶରତ ମଳିକ , ଅବନୀ କାହଁର , ଶ୍ରୀମତୀ ଜାନକୀ ପ୍ରଧାନ , ବିଜୟ ପ୍ରଧାନ ,ପ୍ରଦୀପ କହଁର , ଲଙ୍କେଶ୍ଵର କହଁର , ସମସ୍ତ ହଦଗଡ଼ ଶାଖା ଅନ୍ତର୍ଗତ ଉପ ଶାଖାର ସଭାପତି, ସମ୍ପାଦକ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ଲୋକନାଟ୍ୟ ମେଳାରେ ଦର୍ଶକଙ୍କ ମନ ମୋହିଲା ନାଟକ”ଗୁମୁରି କାନ୍ଦୁଛି ଗୁମୁଡୁମାହା”
ବାଲିଗୁଡା,୧୪/୧୧: ଖୋର୍ଦ୍ଧା ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟ ଚେତନା ପକ୍ଷରୁ ଖୋର୍ଦ୍ଧା ଠାରେ ଆୟୋଜିତ ୨୩ ତମ ଲୋକନାଟ୍ୟ ମେଳା ର ତୃତୀୟ ରଜନୀ ରେ କନ୍ଧମାଳ ଜିଲ୍ଲା ବାଲିଗୁଡାର କଳା ବିକାଶ କେନ୍ଦ୍ର ପକ୍ଷରୁ ନାଟକ ଗୁମୁରି କାନ୍ଦୁଛି ଗୁମୁଡୁମାହା ସଫଳତାର ସହ ମଞ୍ଚସ୍ଥ ହୋଇ ଉପସ୍ଥିତ ଦର୍ଶକଙ୍କ ମନ ବିମୋହିତ କରି ଶୀର୍ଷରେ ପହଞ୍ଚିପାରିଥିଲା ।
ଏହି ନାଟକଟି ଏକ ମୌଳିକ କାହାଣୀ ବା ସତ୍ୟ ଘଟଣା ଉପରେ ଆଧାରିତ । ନାଟକ କୁ ଅଞ୍ଚଳର ବରିଷ୍ଠ ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ରଚନା ଓ ନିର୍ଦ୍ଦେଶନା ଦେବା ସହ ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଚରଣ ବିନ୍ଧାଣୀ ଥିବାବେଳେ ବିଜୟ, ପ୍ରଶାନ୍ତ, ଗୋପବନ୍ଧୁ, ବୁନା, ଜଗନ୍ନାଥ, ଶ୍ରୀକୃଷ୍ଣ ବ୍ରହ୍ମାନନ୍ଦ, ଶ୍ରୀକାନ୍ତ, କୁସୁମ, ବିନିଙ୍କ ଦକ୍ଷ ନିଖୁଣ ଅଭିନୟ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରି ପାରିଥିଲା କ୍ଷ କନ୍ଧମାଳ ର ଆଦିବାସୀ ଙ୍କ ଜୀବନ ଜୀବିକା କଳା ସଂସ୍କୃତି ପରମ୍ପରା ସାମାଜିକ ଚଳନୀ ଉପରେ ଆଧାରିତ ।
ଆଦିବାସୀ ଙ୍କ ଜୀବନ ଅତି ସରଳ ଓ ନିର୍ମଳ ଏହି ସରଳତା ଏଠାରେ କାଳ ହୋଇଛି ।ଜଙ୍ଗଲ ମୂଳକ ରେ ବସବାସ କରୁଥିବା ଏହି ପୂରାତନ ଅଧିବାସୀ କେତେବେଳେ ପୋଲିସ୍ ଇନ୍ ଫର୍ମର ସନ୍ଦେହ ରେ ମାଓବାଦୀଙ୍କ ଦ୍ଵାରା ହତ୍ୟାର ଶିକାର ହେଉଛନ୍ତି ତ ଆଉ କେତେବେଳେ ମାଓବାଦୀ ସନ୍ଦେହ ରେ ଯବାନ ଙ୍କ ଗୁଳି ରେ ଟଳି ପଡ଼ୁଛନ୍ତି ।
ଗତ ୨୦୧୬ ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଏକ ନିପଟ ମଫସଲ ଗାଁ ଗୁମୁଡୁମାହା ରେ ଏକ ଛାତିଥରା ହୃଦୟ ବିଦାରକ ଘଟଣା ଘଟିଥିଲା ଯାହା କି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଦୁଇ ବର୍ଷର ଶିଶପୁତ୍ର ସମେତ ଏକାଧିକ ଜୀବନ ଯାଇଥିଲା ।
ଏକ ଅଟୋ ଯୋଗେ ବାଲିଗୁଡ଼ା ରୁ ନିଜ ଗାଁ କୁ ଫେରୁଥିବା ବେଳେ ମାଓବାଦୀ ଓ ପୋଲିସ୍ ର ଗୁଳି ବିନିମୟ ବେଳେ କିଭଳି ଗୁଳିକାଣ୍ଡ ହୋଇଥିଲା ତାପରେ ସରକାର ଙ୍କ ନିଦ କେମିତି ଭାଙ୍ଗିଥିଲା । ଗଣହତ୍ୟା କୁ ସବୁ ବର୍ଗ ର ଲୋକେ ନିନ୍ଦା କରିବା ସହିତ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଗାଁ କୁ ଆସିଥିଲେ ।
ଗଣହତ୍ୟା ପରେ ଗାଁ ର ଚିତ୍ର କେମିତି ବଦଳି ଥିଲା ତାହା ଏହି ନାଟକରେ ଚିତ୍ରଣ ହୋଇଛି । ବରିଷ୍ଠ ନାଟ୍ୟକାର ତଥା ନାଟ୍ୟ ଚେତନା ର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ ଖୁସି ପ୍ରକଟ କରି କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡ଼ା ର ଉତ୍ତୋରତ୍ତୋର ଉନ୍ନତି କାମନା କରିଛନ୍ତି ।
କନ୍ଧମାଳ : ବ୍ରିଜର ୨୦ଫୁଟ ତଳକୁ ଖସି ପଡିଲା ଅଟୋ, ଡ୍ରାଇଭର୍ ମୃତ
କନ୍ଧମାଳ,୧୪/୧୧: ରବିବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ଥାନା ତେଲିମୁଣ୍ଡାଠାରେ ଏକ ଅଟୋ ରିକ୍ସା ବ୍ରିଜର ୨୦ଫୁଟ ତଳକୁ ଖସି ପଡିଛି। ଫଳରେ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରତଙ୍ଗ ପଞ୍ଚାୟତ ଡେଲାରପଡା ଗ୍ରାମର କାର୍ତ୍ତିକ ମାଝୀଙ୍କ ପୁଅ ସିଦ୍ଧାନ୍ତ ମାଝୀ। ସୂଚନା ଅନୁଯାୟୀ, ସିଦ୍ଧାନ୍ତ ରବିବାର ନିଜ ଅଟୋରେ କିଛି ଲୋକଙ୍କୁ ନେଇ ଦୀପାବଳି ଯାତ୍ରା ଦେଖିବା ପାଇଁ ନୂଆପଦର ଯାଇ ଘରକୁ ଫେରି ନଥିଲେ।
ସୋମବାର ସକାଳୁ ବନ୍ଧଗଡ଼ ନିକଟ ତେଲିମୁଣ୍ଡା ବ୍ରିଜ ତଳେ ପାଣି ଭିତରେ ଏକ ଅଟୋ ବୁଡ଼ି ରହିଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ପାଣିରୁ ଅଟୋ ରିକ୍ସା ବାହାର କରିବା ପରେ ଗାଡି ଭିତରୁ ସିଦ୍ଧାନ୍ତଙ୍କ ମୃତଦେହ ଉଦ୍ଧାର କରିଛି ।
ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସିଦ୍ଧାନ୍ତ ଫିରିଙ୍ଗିଆ କଲେଜରେ ଅଧ୍ୟୟନ କରିବା ସହ ମାସେ ତଳେ ଅଟୋ ରିକ୍ସା କିଣି ନିଜେ ଚଳାଉଥିଲେ ବୋଲି ଜଣାପଡିଛି।
ତେବେ କେଉଁ ପରିସ୍ଥିତିରେ ସିଦ୍ଧାନ୍ତଙ୍କ ଅଟୋଟି ବ୍ରିଜ ତଳକୁ ଖସିଲା ଓ କିଭଳି ଭାବେ ତାଙ୍କର ମୃତ୍ୟ ଘଟିଲା ତାହାର ଅଧିକ ତଦନ୍ତ ଫିରିଙ୍ଗିଆ ପୋଲିସ ଆରମ୍ଭ କରିଛି।
ଏହି ସ୍ଥାନରେ ହିଁ ଗତ ମାସରେ ଫୁଲବାଣୀ ବଡ ମେଡିକାଲ ର ମହାପ୍ରୟାଣ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ପୋଲ ତଳକୁ ଖସିପଡିଥିଲା। ଏଠାରେ ଗତ ଏକ ମାସ ମଧ୍ୟରେ ୬ଟି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

Related Posts

Seo wordpress plugin by www.seowizard.org.