Odisha News

ବାଲିଗୁଡା ଷ୍ଟ୍ରଙ୍ଗରୁମରେ ସିଲ୍ ହେଲା ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ ସିସି ଟିଭି

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୧/୫: ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ସୋମବାର ଦିନ ସମାପନ ହୋଇଛି । ଏହି ପରିପ୍ରେକ୍ଷୀରେ ଇଭିଏମ ମେସିନରେ ବାଲିଗୁଡା ର ୫ଜଣ ଓ ଜି. ଉଦୟଗିରି ର ୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ।
କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ଅନ୍ତର୍ଗତ ୪ଟି ବ୍ଲକ ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ ଓ କ.ନୁଆଗାଁ ବ୍ଲକ ସମେତ ବାଲିଗୁଡା ଏନଏସିରେ ହୋଇଥିବା ନିର୍ବାଚନର ଇଭିଏମ ବକ୍ସ ଗୁଡିକ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ମେସିନ ଗୁଡିକ ରଖାଯାଇଛି ।
ସେହିଭଳି ଜି.ଉଦୟଗିରି ବିଧାନସଭା ଅନ୍ତର୍ଗତ ୪ ଟି ବ୍ଲକ ଜି.ଉଦୟଗିରି, ରାଇକିଆ, ଟିକାବାଲି ଦାରିଙ୍ଗବାଡି ଓ ଜି. ଉଦୟଗିରି ଏନଏସି ଅଞ୍ଚଳରେ ହୋଇଥିବା ନିର୍ବାଚନର ଇଭିଏମ ବକ୍ସ ଗୁଡିକ ମଧ୍ୟ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷାରେ ମେସିନ ଗୁଡିକ ରଖାଯାଇଛି କ୍ଷ ଏହି ଦୁଇଟି ନିର୍ବାଚନ ମଣ୍ଡଳୀର ସ୍ପଷ୍ଟ ଫଳାଫଳ ଜୁନ ୪ ରେ ଗଣତି ହେବ ବୋଲି ଜଣାପଡିଛି ।

Related Posts

Seo wordpress plugin by www.seowizard.org.