Odisha News

ବାଲିଗୁଡା ବ୍ଲକ ଚିତ୍ରଶିଳ୍ପୀ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିୋର୍ଟ
ବାଲିଗୁଡା,୨/୧: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ବାଲିଗୁଡା ବ୍ଲକ ଚିତ୍ରଶିଳ୍ପୀ ସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସାଧାରଣ ସମ୍ପାଦକ ଦୁର୍ଗା ଚରଣ ସାହାଣୀ ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ବୈଠକରେ ଜ଼ିଲ୍ଲା ଚିତ୍ରଶିଳ୍ପୀ ସଂଘର ସଭାପତି ପ୍ରମୋଦ କୁମାର ଦଣ୍ଡିଆ ଅଧ୍ୟକ୍ଷତା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବାଲିଗୁଡା ବ୍ଲକ ସଭାପତି ସୁବ୍ରତ କୁମାର ପ୍ରଧାନୀ, ଉପ ସଭାପତି ପ୍ରକାଶ ସାହାଣୀ,ସହ ସମ୍ପାଦକ ସାଗର କହଁର, କୋଷାଧକ୍ଷ ଅଶ୍ୱିନୀ ବିଶୋଇ, ବରିଷ୍ଠ ଚିତ୍ରଶିଳ୍ପୀ ଶ୍ୟାମ ଘନ ସାହୁ, ସୁବଳ ନାୟକ, ସୁମନ ଦଣ୍ଡିଆ, ବରିଷ୍ଠ କଳାକାର ପ୍ରମୋଦ କୁମାର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକରେ ସମସ୍ତ ଚିତ୍ରଶିଳ୍ପୀ ସଂଗଠିତ ହେବାକୁ ଆଲୋଚନା ହୋଇଥିଲା ଆଗାମୀ ଦିନରେ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ପାଳନ, ବୃକ୍ଷରୋପଣ ଆଦି ସାମାଜିକ କାର‌୍ୟ୍ୟକ୍ରମ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଗଲା । ଶେଷରେ ସହ ସମ୍ପାଦକ ସାଗର କହଁର ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.