Odisha News

ବାଲିଗୁଡା : ନିଜ ଗାଡ଼ିରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୧/୧:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମପଞ୍ଚାୟତର ଦେରିନାଯୁଠାରେ ଜଣେ ଯୁବକ ନିଜର ଡାଲା ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇଵା ପରେ ଏକ ବରଗଛରେ ଚଢ଼ି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ ବିସର୍ବା ପ୍ରଧାନ (୨୮)।
ସୂଚନା ଅନୁସାରେ, ଯୁବକ ଜଣକ ୮ ମାସ ପୂର୍ବେ ଟିକାବାଲି ବ୍ଲକ ଗାରେଡି଼ଙ୍ଗିଆ ଟୁଡୁବାଲିରେ ବିବାହ କରିଥିଲେ। କୌଣସି କାରଣବଶତଃ ତାଙ୍କ ପତ୍ନୀ ନିଜ ବାପଘରକୁ ଯାଇ ଫେରି ନଥିଲେ।
ବାରମ୍ବାର ନିଜ ପତ୍ନୀକୁ ଘରକୁ ଡାକିବା ପରେ ସେ ନ ଫେରିବାରୁ ଯୁବକ ଜଣକ ପ୍ରାୟତଃ ମାନସିକ ଚାପରେ ରହୁଥିବା ଗ୍ରାମବାସୀ କହିଛନ୍ତି।
ଯୁବକଙ୍କ ୩ଭାଇ ଏବଂ ୨ ଭଉଣୀ ଥିବା ସୂଚନା ରହିଛି। ଦୁର୍ଘଟଣା ବିଷୟରେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ଜି. ଉଦୟଗିରି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ହୁତୁହୁତୁ ହୋଇ ଜଳୁଥିବା ଡାଲା ଗାଡ଼ିକୁ ନିଆଁ ଦାଉରୁ ଆୟତ୍ତ କରିଛି। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ଆତ୍ମହତ୍ୟା କିଭଳି ପରିସ୍ଥିତିରେ ଏବଂ କାହିଁକି ଘଟିଲା ଛାନ ଭିନ ଆରମ୍ଭ କରିଥିବା ଜଣାପଡିଛି ।
ମଦ୍ୟ ପାନର କୁ ପରିଣାମ : ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା: ହତ୍ୟାକାରୀ ଥାନାରେ ଅଟକ : ତଦନ୍ତ ଅବ୍ୟାହତ
ବାଲିଗୁଡ଼ା,୧୧/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ମଦ ପିଇ ଗଣ୍ଡଗୋଳ ପରେ ଜଣେ ଅନ୍ୟଜଣକୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା । ଘଟଣା ପ୍ରକାରେ ମଙ୍ଗଳବାର ରାତ୍ର ପ୍ରାୟ ୧୦ଟା ସମୟରେ ସାରଙ୍ଗଡ଼ ପୁରୁଣା ସାହିର ଦୁଇଜଣ ବ୍ୟକ୍ତି ମଦ ପିଇବାକୁ ଯାଇଥିଲେ । ମଦ ପିଇ ମାତାଲ୍ ହେବା ପରେ କୌଣଶି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ପ୍ରତିଶୋଧ ପରାୟଣ ହୋଇ ଜଣେ ଅନ୍ୟ ଜଣକ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ସାରଙ୍ଗଡ଼ ଥାନା ପୋଲିସ୍ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସାରଙ୍ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ହତ୍ୟାକାରୀ ସାରଙ୍ଗଡ଼ ଥାନା ପୁରୁଣା ସାହିର ମନୋଜ ଓରଫ୍ ଉଲୁ କୁ ଥାନାରେ ଅଟକ ରଖିଛି ପୋଲିସ୍ ।
ଅନ୍ୟପଟେ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରୁ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ସାରଙ୍ଗଡ଼ ଥାନା ପୁରୁଣା ସାହିର ଜିତେନ୍ଦ୍ର ପୁଜାରୀ ହୋଇଥିବା ଜଣାପଡ଼ିଛି । ତଦନ୍ତ ପରେ ହତ୍ୟାକାଣ୍ଡର ସତ୍ୟତା ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Related Posts

Seo wordpress plugin by www.seowizard.org.