Odisha News

ବାଲିଗୁଡା : ଜୀବନ କୁ ବାଜି ଲଗାଇ ଟ୍ୟୁବ୍ ସାହାଯ୍ୟରେ ରୋଗୀଙ୍କୁ ନଦୀ ପାର,ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦାବୀ

ସଞ୍ଜୟ କୁମାର ପାଣିଗ୍ରାହୀ ରିପୋର୍ଟ
ବାଲିଗୁଡା,୧୩/୯: ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଭରା ନଇରେ ରୋଗୀଙ୍କୁ ଟ୍ୟୁବରେ ବସେଇ ଖଡ଼ଗ ନଦୀରେ ପାର କରି ଆଣିଲେ ରୋଗୀଙ୍କ ପରିବାର ଲୋକେ ।
ବାଲିଗୁଡା ଠାରୁ ସାଇନପଡାକୁ ଦେଇ ଖଡ଼ଗ ନଦୀରେ ଏକ ସେତୁ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେଇ ନ ଥିବାରୁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କୁବେର ମୁଣ୍ଡା ଗ୍ରାମରେ ୧୫ ପରିବାର ରୁହନ୍ତି।କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗ ଗ୍ରାମ ପଞ୍ଚାୟତର କୁବେର ମୁଣ୍ଡା ଗ୍ରାମର ଏପରି ଏକ ଦୟନୀୟ ଘଟଣା ସାମ୍ନା କୁ ଆସିଛି । ଏହି ଗ୍ରାମର ଅନନ୍ତ ପ୍ରଧାନ (୪୫)ସ୍ଵାମୀ ଙ୍କ ନାମ ରଘୁନାଥ ପ୍ରଧାନ ଦୀର୍ଘ ୪ଦିନ ହେଲା ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।
ସେପଟେ କୁବେର ମୁଣ୍ଡା ଗ୍ରାମ ଠାରୁ କ.ନୂଆଗାଁ କୁ ଯିବା ପାଇଁ ହେଲେ ପାଖା ପାଖି ୨୨ କିଲୋ ମିଟର ଯିବାକୁ ହୁଏ ।
କୁବେର ମୁଣ୍ଡା ଠାରୁ ମହାସିଙ୍ଗକୁ ଦେଢ କିଲୋମିଟର ହେବ । ଫଳରେ ଜୀବନକୁ ବାଜି ଲଗେଇ ଖଡ଼ଗ ନଦୀ ପାର ହେବା କୁ ପରିସ୍ଥିତି ବାଧ୍ୟ କରୁଛି।ଗ୍ରାମ କୁ ଯିବା ପାଇଁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ କିମ୍ବା କୌଣସି ଯାନ ବାହାନ ପହଞ୍ଚି ପାରେ ନାହିଁ ।
ଫଳରେ ଶିକ୍ଷା ସ୍ଵାସ୍ଥ୍ୟ ଗମନାଗମନ ଭଳି ମୌଳିକ ସମସ୍ୟାର ଏଠାକାର ବାସିନ୍ଦା ସମ୍ମୁଖୀନ ହୋଇ ଆସୁଛନ୍ତି ।
ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଉକ୍ତ ଅଞ୍ଚଳ ପ୍ରତି ଦୃଷ୍ଟି ଦେଇ ରାସ୍ତା, ପୋଲ ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ ଭଳି ମୌଳିକ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।
ରାୟଗଡାରୁ ଚୋରି ବୋଲେରୋ ବାଲିଗୁଡାରେ ଠାବ, ଜଣେ ଅଟକ ; ଦୁଇ ଚମ୍ପଟ : ତଦନ୍ତ ଅବ୍ୟାହତ
ବାଲିଗୁଡ଼ା,୧୩/୯: ରାୟଗଡ଼ା ଜିଲ୍ଲା ତେଲେଙ୍ଗାପଦର ଗାଁ ରୁ ଚୋରି ବୋଲେରୋ ବାଲିଗୁଡ଼ା ବାଇପାସ୍ ରାସ୍ତାରୁ ଠାବ ।
ଗତକାଲି ମଙ୍ଗଳବାର ରାତିରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ତେଲାଙ୍ଗାପଦର ଗାଁ ର ଲକ୍ଷ୍ମୀନାରାୟଣ ପାତ୍ରଙ୍କ ବୋଲେରୋ ତିନିଜଣ ଦୁର୍ବୃତ୍ତ ଚୋରି କରି ନେଇଥିଲେ ।
ବାଲିଗୁଡ଼ା ଥାନା ପୋଲିସ୍ ବାଲିଗୁଡ଼ା ବାଇପାସ୍ ରାସ୍ତାରୁ ବୋଲେରୋ ଠାବ କରିବା ସହ ଜଣକୁ ଅଟକ ରଖିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଖୋଜୁଛି । ସୂଚନା ପ୍ରକାରେ ବୁଧବାର ଭୋର୍ ସମୟରେ ବୋଲେରୋ ଚୋରି ହୋଇଥିବା ନେଇ ଗାଡ଼ି ରଖିଥିବା ସ୍ଥାନର ସିସି ଟିଭି ଫୁଟେଜ୍ ଓ ଜିପିଏସ୍ ଟ୍ରାକ୍ କରିବା ପରେ ଲକ୍ଷ୍ମୀନାରାୟଣ ବାଲିଗୁଡ଼ା ସ୍ଥିତ ତାଙ୍କ ମାମୁଁ ସୂର୍ଯ୍ୟ ପାତ୍ରଙ୍କୁ ଜଣାଇଥିଲେ ।
ସୂର୍ଯ୍ୟ ପାତ୍ର ବାଲିଗୁଡ଼ା ପୋଲିସକୁ ଜଣାଇବା ସହ ଥାନାକୁ ମଧ୍ୟ ଆସି ଥାନା ସମ୍ମୁଖରେ ନାକା ଲଗାଇଥିଲେ ।
ଏହା ଦେଖି ଦୁର୍ବୃତ୍ତ ମାନେ ସେଠାରୁ ଗାଡ଼ି ବୁଲାଇ ସ୍ଥାନୀୟ କଲେଜ୍ ନିକଟସ୍ଥ ପଣଷପଡ଼ି ବାଇପାସ୍ ରାସ୍ତା ଦେଇ ଯିବା ବେଳେ ଏକ ଖାଲରେ ଫସି ଯିବାର ଫଳରେ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ ।
ହେଲେ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍ ତାଙ୍କ ଟିମ୍ ଓ ସ୍ଥାନୀୟ ଲୋକେ ପିଛା କରି ଜଣକୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ସେପଟେ ବାଲିଗୁଡା ପୋଲିସ ତଦନ୍ତ ଅବ୍ୟାହତ ରଖି ଅନ୍ୟ ଦୁଇଜଣ ଦୁର୍ବୃତ୍ତଙ୍କୁ ନିକଟସ୍ଥ ଜଙ୍ଗଲରେ ଖୋଜୁଥିବା ବେଳେ ଅଧିକ ତଥ୍ୟ ହାସଲ ପାଇଁ । ଅଟକ ଥିବା ବ୍ୟକ୍ତି ଙ୍କୁ ପଚରା ଉଚୁରା ଜାରୀ ରଖିଛି ।
କନ୍ଧମାଳ : କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ବାଲିଗୁଡା,୧୩/୮: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇ ଧାରଣା ଦିଆଯାଇଥିଲା।
ଏଥିସହ ସେମାନଙ୍କ ଦାବିକୁ ନେଇ ବିକ୍ଷୋଭ କରିବା ସହ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ପୂର୍ବରୁ ବିଭିନ୍ନ ପଞ୍ଚାୟତର ଶତାଧିକ ବିଭିନ୍ନ ବର୍ଗର ଶିକ୍ଷକ ବିଭିନ୍ନ ଦାବି ନେଇ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ ଫେରାଦ ହେବା ସହ ଦାବି ପୂରଣ ପାଇଁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ହେଲେ ରାଜ୍ୟ ସରକାର ତାଙ୍କର ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ କରିଥିଲେ ଫଳରେ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନକୁ ବାଧ୍ୟ ହୋଇ ବନ୍ଦ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟତଃ ରାଜ୍ୟରେ ସରକାର ସମସ୍ତ ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ନିୟମିତ କରିବା ସହ ଶିକ୍ଷକର୍ମୀ ଓ ଶିକ୍ଷା ସହାୟକମାନଙ୍କ ଠିକା କାର୍ଯ୍ୟକାଳକୁ ଇନ୍କ୍ରିମେଣ୍ଟ ପ୍ରଦାନ କରିବା ସହ ମୂଳ ଚାକିରିରେ ଗଣନା କରିବା ସହ ଗଣଶିକ୍ଷକ, ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବା ସହ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ଦେବା ନୂତନ ପେନ୍ସନ୍ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନ୍ସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଆଦି ଦାବି କରିଛନ୍ତ।
ମିଳିତ ଶିକ୍ଷକ ସଂଘ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଦାରିଙ୍ଗବାଡ଼ି ସଂଘର ସଭାପତି ଯାମିନୀକାନ୍ତ ପଡ୍ରା, ସମ୍ପାଦକ ସଂଗ୍ରାମ କୁମାର ନାୟକଙ୍କ ସମେତ ଶତାଧିକ ଶିକ୍ଷୟିତ୍ରୀ ଶିକ୍ଷକ ସାମିଲ ହୋଇଛନ୍ତି।
ସେହିପରି ରାଜ୍ୟ ମହାସଂଘର ଆଞ୍ଚଳିକ ସମ୍ପାଦକ ବିଦେଶୀ ନାୟକ ମଧ୍ୟ ଗଣଧାରଣାରେ ଯୋଗଦେଇ ବ୍ଲକ ସଂଗଠନକୁ ଉତ୍ସାହିତ କରିଥିଲେ।
କନ୍ଧମାଳ : ସରକାରୀ ଶ୍ରେଣୀ ଗୃହ ଭୁଷୁଡ଼ି ପଡିଲା: ଅଳ୍ପକେ ବର୍ତ୍ତିଲେ ୨୮ ଛାତ୍ରଛାତ୍ରୀ
ବାଲିଗୁଡା,୧୩/୯: ଭୁଶୁଡିପଡିଲା ସ୍କୁଲ୍ ଶ୍ରେଣୀ ଗୃହ । ଅଳ୍ପକେ ବର୍ତ୍ତିଗଲେ ୨୮ ଛାତ୍ରଛାତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏଭଳି ଅଘଟଣ ଘଟିଛି ।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତର କିଲୁପଡ଼ାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଭୁଶୁଡିପଡିଛି । ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୨୮ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ।
ବୁଧବାର ୧୦ଟା ବେଳେ ସ୍କୁଲକୁ ଯାଇ ଫାଟକ ନିକଟରେ ସ୍କୁଲର ଶିକ୍ଷକଙ୍କୁ ଅପେକ୍ଷା କରିଥିଲେ ଛାତ୍ରଛାତ୍ରୀ ।
ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଆନ୍ଦୋଳନ ଚାଲିଥିବାରୁ ଶିକ୍ଷକମାନେ ବିଇଓ ଅଫିସରେ ଧର୍ମଘଟରେ ବସି ରହିଥିଲେ । ଏହି ସମୟରେ ସ୍କୁଲର ଶ୍ରେଣୀ ଗୃହ ହଠାତ ଭୁଶୁଡ଼ି ପଡ଼ିଥିଲା ।
ସ୍କୁଲର ଶ୍ରେଣୀ ଗୃହଟି ପୂର୍ବରୁ ପରିତ୍ୟକ୍ତ ତଥା ବିପଦ ସଙ୍କୁଳ ଅବସ୍ଥାରେ ସ୍କୁଲରେ ପାଠପଢା ଚାଲୁ ରହିଥିଲା । ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ସମେତ ଗ୍ରାମବାସୀ ସରପଞ୍ଚ ବିଇଓ, ବିଡିଓ ଏବଂ ବାଲିଗୁଡା ବିଧାୟକଙ୍କୁ ଅବଗତ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ସୌଭାଗ୍ୟ ବଶତଃ ୨୮ ଶିଶୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।
ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ମରାମତି କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି ।

Related Posts

Seo wordpress plugin by www.seowizard.org.