Odisha News

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨/୮: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱାଧୀନତା ଦିବସ ପାଳନ ପାଇଁ ପୂର୍ଵ ବର୍ଷ ମାନଙ୍କ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋଚନା କରାଯାଇ ରାଜ୍ୟ ସରକାର ଙ୍କ କୋଭିଡ ଗାଇଡ଼ଲାଇନ ଅନୁସାରେ ପାଳନ କରାଯିବ ।
ଏହି ପ୍ରସ୍ତୁତି ବୈଠକ ରେ ବାଲିଗୁଡା ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଏସିଏଫ ସୌମ୍ୟ ରଞ୍ଜନ ସାହୁ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶମ୍ବର ମହାପାତ୍ର, ତହସିଲଦାର ଶଶାଙ୍କ ଶେଖର ପାତ୍ର, ବ୍ଲକ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ, ଶିକ୍ଷକ, ଶିକ୍ଷୟତ୍ରୀ,ବୁଦ୍ଧିଜୀବୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ କର୍ମଚାରୀ ଅଭିମନ୍ୟୁ ପ୍ରଧାନ, ଶିକ୍ଷକ ତୀର୍ଥବାସୀ ଘଡେଇ, ତଥା ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ମାନସ କୁମାର ମଳିକ ସୁଚାରୁରୂପେ ପରିଚାଳନା କରି ସମ୍ପାଦନ କରିଥିଲେ ।
କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ସାଜିଛି ବାଧକ, ଆମ୍ବୁଲାନ୍ସ ପହଞ୍ଚି ପାରିଲାନି ଓ ଦୋଳାରେ ବୁହାହେଲେ ଗର୍ଭବତୀ
ବାଲିଗୁଡା,୨/୮ : ଗାଁ ଅଛି ହେଲେ ରାସ୍ତାନାହିଁ । ଫଳରେ ବାଧ୍ୟ ହୋଇ ପରିବାରର ସଦସ୍ୟଙ୍କ ସହିତ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନବିକତା ଦେଖାଇ ଏକ ଭାରରେ ଗର୍ଭବତୀଙ୍କୁ ପ୍ରାୟ ଦେଢ କିଲୋମିଟର ବୋହି ଆଣିଥିଲେ।
ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକର ସାରଙ୍ଗଡ଼ ଥାନାର ଟେଟଣା ଗାଁରେ।
ଏହି ଗ୍ରାମରେ ମାତ୍ର ୨ଟି ପରିବାର ବାସବାସ କରୁଥିବା ବେଳେ ଗ୍ରାମର ଆରତି ମଲିକ(୨୩) ଙ୍କର ଗତକାଲି ସନ୍ଧ୍ୟାରେ ଗର୍ଭଯନ୍ତ୍ରଣା ଯୋଗୁଁ ସେ ଏନେଇ ଦାୟିତ୍ୱରେ ଥିବା ଆଶା କର୍ମୀ ମହେଶ୍ୱତା ପ୍ରଧାନଙ୍କୁ ଖବର ଦେଇଥିଲେ।
ଆଶା କର୍ମୀ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେବାରୁ ଆମ୍ବୁଲାନ୍ସ ପହଞ୍ଚିଥିଲା। କିନ୍ତୁ ଗ୍ରାମରେ ପହଞ୍ଚିବାକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆଉ ଆଗକୁ ଯାଇ ପାରିନଥିଲା ।
ଦେଢ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରଖିବା ପରେ ଗାଡ଼ିର ଡ୍ରାଇଭର ଜିତୁ ମାଝୀ ପରିବାର ପାଖରେ ପହଞ୍ଚିବା ସହିତ ପରିବାରର ଜଣେ ସଦସ୍ୟଙ୍କ ସହାୟତରେ ଏକ ଭାରରେ ନାଳ ଓ କାଦୁଅ ପଚ ପଚ ରାସ୍ତା ପାରକରି ଆଣିଥିଲେ ଆମ୍ବୁଲାନ୍ସ ପାଖକୁ।
ସେଠାରୁ ସାରଙ୍ଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଗର୍ଭବତୀଙ୍କୁ। ଡ଼ାକ୍ତରଖାନରେ ଭର୍ତ୍ତି କରିବା ପରେ ଏକ ସନ୍ତାନ ଜନ୍ମ ଦେଇଥିବା ବେଳେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବାର ଜଣାଯାଇଛି।
କନ୍ଧମାଳ ଜିଲ୍ଲାର କେବଳ ଏହି ଗୋଟିଏ ଗାଁ ନୁହେଁ ଜିଲାର ଏକ ହଜାର ରୁ ଉର୍ଦ୍ଧ ଗ୍ରାମ ଏଭଳି ରହିଛି ଯାହାକି ବର୍ଷାଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଗ୍ରାମବାସୀଙ୍କୁ କ୍ଷ ଏଥି ପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଊଛି ।

ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ: କାରଣ ଅସ୍ପଷ୍ଟ, ମୁହଁ ଖୋଲୁନାହାନ୍ତି ପ୍ରଧାନ ଶିକ୍ଷକ ଓ ତଦନ୍ତ ଦାବୀ
ବାଲିଗୁଡ଼ା,୨/୮ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ରୁତୁଙ୍ଗିଆ ଗ୍ରାମ ପଞ୍ଚାୟତର କଟ୍ରିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ପଞ୍ଚମ ଶ୍ରେଣୀ ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ପୃକ୍ତ ଛାତ୍ରଙ୍କ ଅଭିଭାବକଙ୍କୁ ଡକାଇ ଛାତ୍ରଙ୍କୁ ଘରକୁ ପଠାଇଦେଇଛନ୍ତି ।
ଏଭଳି ଏକ ଅଭାବନୀୟ ଘଟଣା ବିଦ୍ୟାଳୟ ପରିସରରେ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିନ୍ତୁ ଘଟଣା ସମ୍ପର୍କରେ ପଚାରିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ପ୍ରଧାନ ମୁହଁ ଖୋଲୁନାହାନ୍ତି । ସେପଟେ ଘଟଣାକୁ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନିଘା ନାହିଁ । ରାଜ୍ୟସରକାରଙ୍କ ସର୍ବଶିକ୍ଷା ଅଭିଯାନ ନାରା ।
ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ । ଏହି ନାରା ରେ ଓଡିଶା ପ୍ରାଥମିକ ଶିକ୍ଷାକୁ ଗୁରୁତ୍ବ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁସୂଚିତ ଜାତି,ଅନୁସୂଚିତ ଜନଜାତି ତଥା ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗର ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ।
ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରେସ୍,ଜୋତା,ଖାତା ବହି ଆଦି ସମସ୍ତ ଜିନିଷ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି । ଏଥିସହିତ ଛାତ୍ରାବାସର ବ୍ୟବସ୍ଥା ସହ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଠି ଏମିତି କଣ ଘଟିଲା ଯେ, କଟ୍ରିକିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୋମଳମତି ଛାତ୍ର ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।
କଟ୍ରିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୧ମ ରୁ ୮ମ ଶ୍ରେଣୀ ମଧ୍ୟରେ ସମୁଦାୟ ୧୭୭ ଜଣ ଛାତ୍ରଛାତ୍ରୀ ଅଛନ୍ତି ବୋଲି ପ୍ରଧାନ ଶିକ୍ଷକ କହୁଥିବା ବେଳେ ବାସ୍ତବ କଥା କିନ୍ତୁ ଭିନ୍ନ । ଏହି ବିଦ୍ୟାଳୟ ରେ ଅଧିକାଂଶ ସମୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମାତ୍ରାଧିକ କମ୍ ରହୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।
ଅନ୍ୟପଟେ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସରେ ଅଧିକାଂଶ ଛାତ୍ର ହଷ୍ଟେଲରେ ରହିବା ବଦଳରେ ହଷ୍ଟେଲ ଛାଡ଼ି ଚାଲିଯାଉଥିବା ଜଣାପଡ଼ିଛି । ବର୍ତମାନ ସମୟରେ ହଷ୍ଟେଲରେ ୨୫ ଜଣ ଛାତ୍ର ରହୁଥିବା ବେଳେ ହଠାତ୍ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ପାଚେରୀ କାନ୍ଥ ଚଢ଼ି ଗାମୁଛାରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ହଷ୍ଟେଲର କିଛି ଛାତ୍ର ଦେଖି ତାକୁ ଉଦ୍ଧାର କରିଥିଲେ ।
ହେଲେ କାହିଁକି ଏଭିଳି କାର୍ଯ୍ୟ କ\’ଣ ପାଇଁ କରୁଥିଲେ ବୋଲି ସମ୍ପୃକ୍ତ ଛାତ୍ରଙ୍କୁ ପଚାରିବାରୁ ସେ କିଛି କହିନଥିବା ବେଳେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଦାୟୀତ୍ବହୀନତା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ବୁଦ୍ଧିଜୀବୀ । ସେପଟେ ମୁଁ
ହେଲେ କାହିଁକି ଏଭିଳି କାର‌୍ୟ୍ୟ କ\’ଣ ପାଇଁ କରୁଥିଲେ ବୋଲି ସମ୍ପୃକ୍ତ ଛାତ୍ରଙ୍କୁ ପଚାରିବାରୁ ସେ କିଛି କହିନଥିବା ବେଳେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଦାୟୀତ୍ବହୀନତା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ବୁଦ୍ଧିଜୀବୀ । ସେପଟେ ମୁଁ କାର‌୍ୟ୍ୟାଳୟରେ ବସି କାମ କରୁଥିଲି ଏବଂ ଏବିଷୟରେ କିଛି କହିପାରିବିନି। ଘଟଣାପରେ ସମ୍ପୃକ୍ତ ଛାତ୍ରଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛୁ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ କିଶୋର ପ୍ରଧାନ ।
ସୂଚନା ପ୍ରକାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜେ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ୍ ଥିବାବେଳେ ବିଦ୍ୟାଳୟ ପରିସରରେ ରହୁନାହାନ୍ତି। ବିଦ୍ୟାଳୟର ପିଅନ ହାତରେ ହଷ୍ଟେଲ୍ ଦାୟିତ୍ଵ ଦେଇ ନିଜ ମନମୁତାବକ ବିଦ୍ୟାଳୟକୁ ଯାଉଥିବା ଯୋଗୁଁ ଏଭଳି ଘଟଣା ଘଟିବାସହ ଅନ୍ତେବାସୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଭବିଷ୍ୟତରେ ଯଦି ଆଉ କୌଣସି ଛାତ୍ରଙ୍କ କିଛି ଅସୁବିଧା ହୁଏ ସେଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ଓ ଅଞ୍ଚଳବାସୀ । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ସତର୍କ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡ଼ିଛି ।

Related Posts

Seo wordpress plugin by www.seowizard.org.