Odisha News

ବାଲିଗୁଡ଼ା : ୧୧ ଜଣ ବାଘ ଶିକାରୀ ଗିରଫ : ବାଘ ଛାଲ, ନଖ ଓ ମାଂସ ଜବତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୬/୭: ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ବାଘ ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ ।
ବାଘ ଛାଲ,ନଖ ଓ କିଛି ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତି ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ସୂଚନା ପ୍ରକାରେ ବାଦଗଡ଼ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ କରିଥିବା ଘଟଣା ଗତ ତିନି ତାରିଖରେ ବନବିଭାଗ ଜାଣିବା ପରେ ସମ୍ପୃକୁ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।
ଏଭଳି ସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ ବାଦଗଡ଼ ଜଙ୍ଗଲରେ ବାଦଗଡ଼ ଗ୍ରାମର ୧୧ ଜଣ ବ୍ୟକ୍ତି ଜଙ୍ଗଲରେ ଏକ କଲରା ପତରିଆ ବାଘ ଶିକାର କରିବା ପରେ ବାଘର ଛାଲ ଏବଂ ନଖ ବାହାର କରି ମାଂସ ଭାଗ ବାଣ୍ଟିଥିଲେ ।
ବିଶ୍ବସ୍ତ ସୂତ୍ରରୁ ଖବରପାଇ ବାରବା ଏବଂ ରାଇକିଆ ବନବିଭାଗ ମିଳିତ ଭାବେ ଜଙ୍ଗଲରେ ଚଢ଼ାଉ କରିଥିବା ବେଳେ ଘଟଣାସ୍ଥଳରୁ ୧୧ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ରେ ସକ୍ଷମ ହୋଇଥିଲେ ।
ବୁଧବାର ଫୁଲବାଣୀ ଡିଏଫ୍ଓ ପ୍ରଶାନ୍ତ ପଟେଲ୍ ଏବଂ ଏସଟିଏଫ୍ ଟିମ ରାଇକିଆ ବନାଞ୍ଚଳ କାର୍ଯ୍ୟାଳୟ ରେ ପହଁଚି ଯାଞ୍ଚ୍ କରିବା ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ବନବିଭାଗ କ୍ଷ

Related Posts

Seo wordpress plugin by www.seowizard.org.