Odisha News

ବାଲିଗୁଡ଼ାରେ ଷ୍ଟେଟବ୍ୟାଙ୍କ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୨/୮: ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବାଲିଗୁଡ଼ା ମୁଖ୍ୟ ଶାଖା ପରିଚାଳକ ନିଳକଣ୍ଠ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବାଲିଗୁଡ଼ା ମୁଖ୍ୟ ଶାଖା ସମେତ ବଜାର ଶାଖା, ବାରଖମା ଶାଖା ଓ କ.ନୂଆଗାଁ ଶାଖାର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ସମସ୍ତ କର୍ମଚାରୀ ବାଲିଗୁଡ଼ା ମୁଖ୍ୟ ଶାଖା ସମ୍ମୁଖରୁ ହାତରେ ତ୍ରିରଙ୍ଗା ଧରି ସ୍ଲୋଗାନ୍ ମାନ ଦେଇ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ।
ଏହାପରେ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ତୀରଙ୍ଗା ଉଡ଼ାଇବା ସହ ଭାରତ ମା ର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାଖା ପରିଚାଳକ ନିଳକଣ୍ଠ ବେହେରା ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ଜଣେ ଭାରତୀୟ ନାଗରିକ ଭାବେ ନିଜକୁ ଗର୍ବ ଓ ଗୌରବ ଅନୁଭବ କରିବାକୁ ଆହ୍ବାନ୍ ଦେଇଥିଲେ।
କନ୍ଧମାଳ :ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ
କନ୍ଧମାଳ,୧୨/୮:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏଜେଓ ହାଇସ୍କୁଲ ପରିସରରେ ଶୁକ୍ରବାର ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ୍ ଯୋଗଦେଇ ଏହି ଦିବସ ଉପରେ ଆଲୋକପାତ କରିବା ସହିତ ନିଜେ କୃମିନାଶକ ଔଷଧ ଖାଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ମନୋଜ କୁମାର ଉପାଧ୍ୟାୟ, ସହକାରୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ବସନ୍ତ କୁମାର ପାତ୍ର, ସହକାରୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ପ୍ରଭାକର ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ ମଂଜୁଳା ପ୍ରଧାନ, ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲା ପ୍ରକଳ୍ପ ପରିଚାଳକ ମନୋରଂଜନ ସାହୁ ଓ ଏଜେଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଳୀପ କୁମାର ପ୍ରଧାନ ଯୋଗଦେଇଥିଲେ।
କାର୍ଯକ୍ରମକୁ ଜିଲା କୈଶୋର ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଆଶିଷ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଆରବିଏସକେ ପରିଚାଳକ ସୁଧାଂଶୁ ଶେଖର ପ୍ରଧାନ, ଶବ ରଂଜନ ଦାସ, ଧର୍ମେନ୍ଦ୍ର ତାଣ୍ଡି ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରର ଅତିଥି ମାନେ ଔଷଧ ଖାଇବା ସହ ପିଲାମାନଙ୍କଠାରେ ରକ୍ତହୀନତା ନିୟନ୍ତ୍ରଣ, ପୃଷ୍ଟିହୀନତାରୁ ରକ୍ଷା, ଏକାଗ୍ରତା ବଢ଼ିବା ସହିତ ଶିକ୍ଷା ଦକ୍ଷତା ବୃଦ୍ଧି ଭଳି ବିଭିନ୍ନ ଦିଗରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।
ଏଥିସହ କନ୍ଧମାଳ ଜିଲାରେ ମୋଟ ୩ ଲକ୍ଷ ୬ ହଜାର ୬୪୨ ଜଣ ପିଲାଙ୍କୁ ଏହି ଔଷଧ ସେବନ କରାଇବାକୁ ଲକ୍ଷ୍ୟ ଧାର‌୍ୟ୍ୟ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ରୁ ୫ ବର୍ଷର ୬୩ ହଜାର ୪୭୨ ଜଣ ଓ ଅଙ୍ଗନୱାଡ଼ି କେନ୍ଦ୍ର ସମେତ ୫ରୁ ୧୯ ବର୍ଷରେ ଥିବା ୨ ଲକ୍ଷ ୪୩ ହଜାର ୧୭୦ଜଣ ପିଲାଙ୍କୁ ସମସ୍ତ ସରାକରୀ ଓ ବେସରକାରୀ ବିଦ୍ୟାଳୟମାନଙ୍କରେ ଏହି ଔଷଧ ପ୍ରଦାନ କରାଯିବ ବୋଲି କୁହାଯାଇଛି।
ବିଦ୍ୟାଳୟ ସ୍ତରରେ ଶିକ୍ଷକମାନଙ୍କ ଦ୍ୱାରା ଓ ବିଦ୍ୟାଳୟକୁ ଯାଉନଥିବା ପିଲାମାନେ ସେମାନଙ୍କ ଅଞ୍ଚଳରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର କର୍ମୀ ଓ ଆଶା କର୍ମୀମାନଙ୍କ ଦ୍ୱାରା ଏହି ଔଷଧ ଖାଇବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Related Posts

Seo wordpress plugin by www.seowizard.org.