Odisha News

ବାରବାଟୀ ମ୍ୟାଚ୍ ପାଇଁ ଓଡ଼ିଶା ଆସିବେ ବିସିସି ସଭାପତି ସୌରଭ ଗାଙ୍ଗୁଲି

ଭୁବନେଶ୍ୱର,୧୦/୬: ଆଉ ଦିନକ ପରେ ଅନୁଷ୍ଟିତ ହେବ ବାରବାଟି ଷ୍ଟାଡିୟମରେ ଭାରତ-ଆଫ୍ରିକା ୨ୟ ଟି-୨୦ ମ୍ୟାଚ୍ । ଏହି ମ୍ୟାଚ୍ ଦେଖିବାକୁ ବିସିସି ସଭାପତି ସୌରଭ ଗାଙ୍ଗୁଲି କଟକ ବାରବାଟୀ ଷ୍ଟାଡିୟମ ଆସିବେ । ଆସନ୍ତା ୧୨ରେ ଗାଙ୍ଗୁଲି ବାରବାଟୀ ଆସିବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ଏଥିପାଇଁ ଦୁଇ ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ।
ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ୱତନ୍ତ୍ର ବସ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖେଳାଳିମାନେ ହୋଟେଲ୍ ମେ’ ଫେୟାର ଯାଇଥିଲେ । ସେଠାରେ ପାରମ୍ପରିକ ବାଜା ଓ ଘୋଡ଼ା ନାଚରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ନିଜ ମନ ପସନ୍ଦର ଖେଳାଳିଙ୍କୁ ଅତି ପାଖରୁ ଦେଖି ଫ୍ୟାନ୍ସଙ୍କ ଖୁସି କହିଲେ ନସରେ ।
ହୋଟେଲ୍ରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ୱତନ୍ତ୍ର ମିଠା ଓ କେକ୍ ପରାଷା ଯାଇଥିଲା କରାଯାଇଥିଲା । ଲୋ-କ୍ୟାଲୋରୀ ଥିବା ମିଠାକୁ ଖେଳାଳିଙ୍କୁ ଦିଆଯାଇଥିଲା। ଏହାପରେ ସ୍ୱାସ୍ଥ୍ୟକର ଡ୍ରିଙ୍କସ୍, ଜୁସ୍, ସୁପ୍ ଇତ୍ୟାଦିର ବ୍ୟବସ୍ଥା ହୋଇଥିଲା। ସକାଳ ବ୍ରେକ୍ଫାଷ୍ଟ୍ଠୁ ଆରମ୍ଭ କରି ରାତିର ଡିନ୍ର ଯାଏ ସବୁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ରଖାଯାଇଛି।

Related Posts

Seo wordpress plugin by www.seowizard.org.