Odisha News

ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ, ପାରିବାରିକ କଳହ ହେଲା କାଳ !

କୋରାପୁଟ,୧୬/୫: ନିଜ ପୁଅକୁ ନୃଶଂସ ବାପା ହତ୍ୟା କରିଥିବା ଘଟଣା କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅନ୍ତର୍ଗତ ଆମ୍ବଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକ ହେଲେ ସମରା ବୁଡ଼ିଆଙ୍କ ପୁଅ ସୁରେନ୍ଦ୍ର ବୁଡ଼ିଆ(୧୮)।
ସୂଚନା ଅନୁଯାୟୀ, ଗତକାଲି ବାପା ସମରା ନିଶାସକ୍ତ ଅବସ୍ଥାରେ ଖରାବେଳେ ଘରକୁ ଫେରିଥିଲେ। କୌଣସି କଥାକୁ ନେଇ ପୁଅ ସହ ତାଙ୍କର ବଚସା ହୋଇଥିଲା। ପରେ ସମରା ଉତକ୍ଷିପ୍ତ ହୋଇ ଟାଙ୍ଗିଆ ଆଣି ପୁଅକୁ ହାଣି ଦେଇଥିଲା। ପରିବାର ଲୋକେ ପୁଅର ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ସୁରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ଖବର ପାଇ ଦାମନଯୋଡ଼ି ଥାନା ଏଏସଆଇ ଦୀପକ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଥିଲେ। ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେଣେ ଗତକାଲି ହତ୍ୟାକାଣ୍ଡ ପରେ ଫେରାର ଥିବା ବାପା ସମରା ବୁଡ଼ିଆକୁ ଆଜି ସକାଳେ ଧରିବାରେ ପୁଲିସ ସକ୍ଷମ ହୋଇଛି। ତାକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Related Posts

Seo wordpress plugin by www.seowizard.org.