Odisha News

ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବନି, ଭୀଷଣ ବାତ୍ୟାରେ ସୀମିତ ରହିବ ଦାନା: ଆଇଏମଡି ଡିଜି

ଭୁବନେଶ୍ୱର,୨୪/୧୦:ଉପକୂଳ ମୁହାଁଇବା ସହ ପ୍ରଭାବ ଦେଖାଇଲାଣି ଭୀଷଣ ବାତ୍ୟା \’ଦାନା\’ । ଓଗଊ ପୂର୍ବାନୁମାନ କରିଥିବା ସ୍ଥାନରେ ହିଁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ୧୦୦-୧୨୦ କିମି ବେଗରେ ବହିବ ପବନ । ଏହା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନର ବେଗ ବି ବଢ଼ିଲାଣି । ମାତ୍ର ଏଯାଏ ‘ଦାନା’ର କୌଣସି ଆଖି ଦେଖାଯାଇନି ବୋଲି କହିଛନ୍ତି ଓଗଊ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ।
ସେ କହିଛନ୍ତି, ସାଇକ୍ଲୋନ୍ \’ଦାନା\’ ବଙ୍ଗୋପସାଗରରୁ ବଳ ଗୋଟାଇ ଭୀଷଣ ରୂପ ଧାରଣ କରି ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି । ଭୀଷଣ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଉପକୂଳ ଆଡ଼େ ମୁହାଁଉଛି ।
ଆଜି ମଧ୍ୟରାତ୍ରିରୁ କାଲି ସକାଳ ଭିତରେ ଭିତରକନିକା-ଧାମରା ପାଖରେ କରିବ ଲ୍ୟାଣ୍ଡଫଲ୍ । ଲ୍ୟାଣ୍ଡଫଲ୍ ପରେ ବାତ୍ୟା ସାମାନ୍ୟ ରିକର୍ଭ କରିପାରେ ବୋଲି ସେ କହିଛନ୍ତି। ‘ଦାନା’ ଯୋଗୁ କେନ୍ଦ୍ରାପଡ଼ା-ଭଦ୍ରକ ଅଧିକ ପ୍ରଭାବିତ ହେବେ ।
‘ଦାନା’ର କୋପ ଯୋଗୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ଧୀରେ ଧୀରେ ଏହା ବଢ଼ିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ପ୍ରାୟ ୨ ମିଟର ଉଚ୍ଚର ଜୁଆର ଆସିବ ବୋଲି ସେ କହିଛନ୍ତି।
ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କଟକ, ମୟୂଭରଭଞ୍ଜ, ଢେଙ୍କାନାଳ, ଯାଜପୁର ଆଦି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ହାଉଡ଼ା, ହୁଗୁଳି କଲିକତାରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସେ କହିଛନ୍ତି ।
‘ଦାନା’ ପ୍ରକୋପ ଯୋଗୁ ପବନ ବେଗ ବଢ଼ିଲେ ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗିପାରେ । ବିଦ୍ୟୁତ୍ ଖୁଣ୍ଟ, ଟେଲିଫୋନ ଖୁଣ୍ଟି ବଙ୍କା ହେବା ସହ ଭାଙ୍ଗିପାରେ। ଚାଳ ଘର, ଟିଣ ଛପର ଘର ବି କ୍ଷତିଗ୍ରସ୍ତ ହୋଇପାରେ ବୋଲି କହିଛନ୍ତି ଓଗଊ ଡିଜି ।

Related Posts