Odisha News

ବାଣ ଭିଡ଼ିବା ବେଳେ ଅଘଟଣ : ବିସ୍ଫୋରଣ ଘଟି ଜଣେ ମୃତ ଓ ୩ ଗୁରୁତର

ତାଳଚେର,୨୧/୧୦: ବାଣ ଭିଡ଼ିବା ବେଳେ ଅଘଟଣ। ବିସ୍ଫୋରଣ ଘଟି ଜଣେ ମୃତ ଓ ୩ ଗୁରୁତର। ଆଜି ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତର ସାଆନ୍ଦା ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକ ଜଣଙ୍କ ସେହି ଗ୍ରାମର ତ୍ରିପୁର ବେହେରା ବୋଲି ଜଣାପଡିଛି।
ସକାଳୁ ତ୍ରିପୁର ତାଙ୍କ ନିଜ ଘରେ ଘରେ ବାଣ ଭିଡୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛପର ଉଡିଯାଇଥିଲା ଏବଂ ଘଟଣାସ୍ଥଳରେ ହିଁ ତ୍ରିପୁରଙ୍କ ମୃତ୍ୟୁ ଘଟିଥିଲା। ତ୍ରିପୁରଙ୍କ ସହ ବାଣ ଭିଡ଼ିବାରେ ସହଯୋଗ କରୁଥିବା ଅନ୍ୟ ତିନି ଜଣ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଅନୁଗୁଳ ସଦର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ସମସ୍ତେ ଗୋଟିଏ ସ୍ଥାନରେ ବସି ବାଣ ତିଆରି କରୁଥିଲେ। ଖମାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ଏନେଇ ପୁଲିସ ପ୍ରତିକ୍ରିୟା ମିଳି ନ ଥିବା ବେଳେ ସ୍ଥାନୀୟ ଲୋକଙ୍କ କହିବା କଥା, ଦୀପାବଳିକୁ ଲକ୍ଷ୍ୟରେ ରଖି ଏମାନେ ବିନା ଲାଇସେନ୍ସରେ ବାଣ ତିଆରି କରୁଥିଲେ।

Related Posts

Seo wordpress plugin by www.seowizard.org.