Bollywood

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ର ରିଲିଜ୍ ତାରିଖକୁ ନେଇ ଘୋଷଣା

ନୂଆଦିଲ୍ଲୀ ୧୧/୨ : ଅପେକ୍ଷାର ହେଲା ଅନ୍ତ । ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ର ରିଲିଜ୍ ତାରିଖକୁ ନେଇ ଘୋଷଣା କରାଯାଇଛି। ଫିଲ୍ମଟି ଜୁନ୍ ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି କୁହାଯାଇଛି । ଫିଲ୍ମଟି ପୃଥ୍ବୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ । ଏହି ପ୍ରତୀକ୍ଷିତ ଫିଲ୍ମରେ ଅକ୍ଷୟ କୁମାର, ମାନୁଷୀ ଚିଲ୍ଲର, ସଞ୍ଜୟ ଦତ୍ତ ଏବଂ ସୋନୁ ସୁଦ୍ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହା ମାନୁଷୀଙ୍କ ପ୍ରଥମ ଡେବ୍ୟୁ ।
ଗତବର୍ଷ ୨୦୨୦ରେ ଅକ୍ଷୟ କୁମାରଙ୍କ ୫୨ ତମ ଜନ୍ମଦିନରେ ‘ପୃଥ୍ବୀରାଜ’ର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଫିଲ୍ମର ରିଲିଜ୍ ବହୁ ବିଳମ୍ବ ପରେ ବର୍ତ୍ତମାନ ଏହାର ରିଲିଜ୍ ତାରିଖ ଘୋଷଣା କରାଯାଇଛି।

Related Posts

Seo wordpress plugin by www.seowizard.org.