Odisha News

ବଲାସିଙ୍ଗା ମହୁଲମୂଳ ମହିମା ଆଶ୍ରମରେ ଚାଲିଥିବା ବିଶ୍ବ ଶାନ୍ତି ମହାଯଜ୍ଞରେ ଯୋଗଦେଲେ ବୌଦ୍ଧ ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୩ : ସୋମବାର ବିଳମ୍ବିତ ରାତି ଘ.୧୦.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ବଲାସିଙ୍ଗା ମହୁଲମୂଳ ମହିମା ଆଶ୍ରମ ଠାରେ ଧୁନି ମନ୍ଦିର ପ୍ରତିଷ୍ଠା ଅବସରରେ ଚାଲିଥିବା ବିଶ୍ବ ଶାନ୍ତି ମହାଯଜ୍ଞରେ ଯୋଗ ଦେଇଥିଲେ ।
ଜିଲ୍ଲାପାଳ ସେଠାରେ ପହଞ୍ଚିବା ପରେ ମହିମା ସାଧୁ, ଯଜ୍ଞ କମିଟି ସଦସ୍ୟ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଅଧିକାରୀ ମାନଙ୍କୁ ସ୍ବାଗତ କରାଯାଇଥିଲା ।
ଧୁନିମଣ୍ଡପ , ଆଶ୍ରମ ଓ ଯଜ୍ଞ ସ୍ଥଳ ଜିଲ୍ଲାପାଳ ପରିଦର୍ଶନ କରିଥିଲେ ଜ୍ଝ ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related Posts