Odisha News

ବଲାଙ୍ଗୀର : ମାତାଲ ଦୁଇ ପ୍ରଧାନଶିକ୍ଷକ ନିଲମ୍ବିତ

ଦେଓଗାଁ,୧୪/୧୦: ମଦ୍ୟପାନ କରି ବିଦ୍ୟାଳୟ ପରିସରରେ ଆସର ଜମାଇବା ଦୁଇ ଜଣ ପ୍ରଧାନଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ବଲାଙ୍ଗୀର ଜିଲ୍ଲା ମାଟୁପାଲି ସ୍କୁଲର ପ୍ରଧାନଶିକ୍ଷକ ଜୟଦେବ ବିଶି ଓ ଡୁମେରପିଟା ସ୍କୁଲର ପ୍ରଧାନଶିକ୍ଷକ ସଂଜିତ ଦୋରା ନିଲମ୍ବିତ ହୋଇଛନ୍ତି। ଉଭୟ ଶ୍ରୀ ବିଶି ଓ ଶ୍ରୀ ଦୋରାଙ୍କୁ ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇ ନିଲମ୍ବନ କରିଛନ୍ତି।
ଦୁଇ ଜଣ ପ୍ରଧାନଶିକ୍ଷକ ମିଶି ବିଦ୍ୟାଳୟର କୋଠରି ଭିତରେ ନିଶା ସେବନ କରୁଥିଲେ। ଏହି ସମୟର ଦୃଶ୍ୟକୁ ଗାଁ ଲୋକେ କୌଶଳ କ୍ରବେ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ଦୁଇ ପ୍ରଧାନଶିକ୍ଷକଙ୍କ କାରନାମା ପଦାରେ ପଡ଼ିଥିଲା। ଏହା ପରେ ସେମାନେ ପ୍ରଶାସନ ଦ୍ବାରା କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି।

Related Posts

Seo wordpress plugin by www.seowizard.org.