Odisha News

ବରିଷ୍ଠ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ

ଭୁବନେଶ୍ୱର,୧୯/୯: ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ସମୟରେ ତାଙ୍କର ଦେହାନ୍ତ ହୋଇଛି।
ବିଷ୍ଣୁ ସେଠୀଙ୍କ ପରଲୋକ ନେଇ ଏମ୍ସ ଆଡିସନାଲ ସୁପରିଟେଣ୍ଡେଣ୍ଟ ସୂଚନା ସେଇଛନ୍ତି। କିଡନୀ ରୋଗରେ ପୀଡ଼ିତ ହୋଇ ମାସେ ହେଲା ସେ ଆଇସିୟୁରେ ଥିଲେ।
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ସେହିପରି ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ସମେତ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।
ଫୁସଫୁସ୍ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ଯୋଗୁ ଆଇସିୟରେ ଥିଲେ ବିଷ୍ଣୁ ସେଠୀ। ୨ ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ଚାନ୍ଦବାଲିରୁ ସେ ପ୍ରଥମେ ନିର୍ବାଚିତ ହୋଇଥିଲେ ।
୧୯୬୧ ମସିହା ଜୁନ୍ ୫ ତାରିଖରେ ସେ ଜନ୍ମ ହୋଇଥିଲେ। ଯୁବାବସ୍ଥାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ) ସହ ଜଡ଼ିତ ହେବା ପରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ରେ ବି ସକ୍ରିୟ ହୋଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇ ରାଜନୀତି କ୍ଷେତ୍ରକୁ ଆସିଥିଲେ। ଓଏଏସ୍ ପାଇଥିଲେ ବି ଚାକିରୀରେ ଯୋଗ ନ ଦେଇ ସ୍ବର୍ଗତଃ ସେଠୀ ଜନସେବାରେ ବ୍ରତୀ ହୋଇଥିଲେ ଏବଂ ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ। ତାଙ୍କ ବିୟୋଗରେ ରାଜନୈତିକ ଓ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।

Related Posts

Seo wordpress plugin by www.seowizard.org.