Odisha News

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ଼

ଭୁବନେଶ୍ୱର, ୬/୨: ଭୁବନେଶ୍ୱର ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ନୂଆ ବସ୍ଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲରେ ପ୍ରଥମେ ଖାଇଥିଲେ। ଖାଇ ସାରିବା ପରେ ପଇସା ଦେବାକୁ ନେଇ ବଚସା ହୋଇଥିଲା। ପଇସା ନଦେବାକୁ କହି ହୋଟେଲ ମାଲିକଙ୍କୁ ଧମକ ଚମକ ଦେଇ ୨ ଦୁର୍ବୃତ୍ତ ସେଠାରୁ ପଳାଇଥିଲେ ।
ମାତ୍ର କିଛି ସମୟ ପରେ ପୁଣି ଥରେ ଆସି ହୋଟେଲ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ବୋମାମାଡ଼ର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି। ବୋମାମାଡ଼ରେ ୩ ଜଣ ହୋଟେଲ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related Posts

Seo wordpress plugin by www.seowizard.org.