ବରଗଡ ବିଜ୍ଞାନ କେନ୍ଦ୍ର ଓ ବହୁବୃତ୍ତି ଶିକ୍ଷାନୁଷ୍ଠାନ ବୁଲି ଦେଖିଲେ ବୌଦ୍ଧ ଜିଲ୍ଲା ଛାତ୍ର ଛାତ୍ରୀ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୨ : ସରକାରଙ୍କ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଯୋଜନା ଆଧାରରେ ଜିଲ୍ଲା ଶିକ୍ଷାବିଭାଗ ଦ୍ୱାରା ଜିଲ୍ଲାର ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଦୁଇଟି ବସକୁ ଗନ୍ଧ ପୁଷ୍ପ ନାରିକେଳ ପୂଜନ ପୂର୍ବକ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ ବସ ଦୁଇଟି ବରଗଡ଼ ବିଜ୍ଞାନକେନ୍ଦ୍ର ଅଭିମୁଖେ ଯାତ୍ରାକରିଥିଲା କ୍ଷ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହଯୋଗରେ ପ୍ରାଥମିକ ଓ ମାଧ୍ୟମିକ ବିଭାଗର ୬୦ ଜଣ ଛାତ୍ର ଛାତ୍ରୀ ଓ ୧୨ଜଣ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ଶୈକ୍ଷିକ ପରିଭ୍ରମଣରେ ଯାଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଦୁବେ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବାରିକଙ୍କ ସହିତ କାର୍ଯ୍ୟାଳୟ କର୍ମଚାରୀମାନେ ମଧ୍ୟ ପିଲାଙ୍କ ସହିତ ଯାଇଥିଲେ । ବରଗଡ଼ ଜିଲ୍ଲାର ଟୁକୁର୍ଲା ଠାରେ ଅବସ୍ଥିତ ଜିଲ୍ଲାବିଜ୍ଞାନ କେନ୍ଦ୍ରରେ ୧୨୦ ଟି ବିଜ୍ଞାନଭିତ୍ତିକ ପ୍ରକଳ୍ପ ବୁଲି ଦେଖିବା ସଙ୍ଗେସଙ୍ଗେ ଆକର୍ଷଣୀୟ ଆଲୋକ, ପ୍ରତିଫଳନ ଓ ପ୍ରତିବିମ୍ବ ସମୂହ ଏବଂ ଥିଏଟରରେ ଡାଇନୋସର ମାନଙ୍କ ଉପରେ ଆଧାରିତ ତ୍ରିମାତ୍ରିକ ମୁଭି, ବିଜ୍ଞାନ ଉଦ୍ୟାନ, ଔଷଧୀୟ ବଗିଚା, ଶିଶୁ ଉଦ୍ୟାନ ଆଦି ବୁଲି ଜ୍ଞାନ ଆହରଣ କରିଥିଲେ ।
ତତ୍ପଶ୍ଚାତ ସରକାରୀ ବହୁବୃତ୍ତି ଶିକ୍ଷାନୁଷ୍ଠାନରେ ଏଲେକଟ୍ରିକାଲ, ସିଭିଲ, ମେକାନିକାଲ ଓ କମ୍ପ୍ୟୁଟର ଇଂଜିନିଅରିଂ ର କର୍ମଶାଳା ବୁଲି ଦେଖିଥିଲେ କ୍ଷ ଉକ୍ତ ସ୍ଥାନର ପ୍ରଶିକ୍ଷକଙ୍କ ସହିତ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ସେହି ସମ୍ପର୍କରେ ପିଲାଙ୍କୁ ବୁଝାଇ ଧାରଣାର ଦୃଢ଼ୀକରଣ କରିଥିଲେ ।




