ବନ ବିଭାଗ ପକ୍ଷରୁ ମହିଳା ଗୋଷ୍ଠୀଙ୍କୁ ଖଲି ଦନା ତିଆରି ମେସିନ ପ୍ରଦାନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ହରଭଙ୍ଗା, ୨୯/୬ : ହରଭଙ୍ଗା ବ୍ଲକର ଉପାନ୍ତ ତଥା ବଣ ପାହାଡ଼ ଘେରା ଅଞ୍ଚଳ ରେ ରହୁଥିବା ଆଡ଼େନିଗଡ଼ ପଞ୍ଚାୟତ ର କଣ୍ଡରା ଗ୍ରାମକୁ ଗ୍ରାମର ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କ ସ୍ୱାବଲମ୍ବି କୁ ଦୃଷ୍ଟି ରେ ରଖି ଜିଲ୍ଲାପାଳ ଙ୍କ ନିର୍ଦେଶ ମତେ ଗୁରୁବାର ଦିନ ବ୍ଲକର ଚାରିଛକ ଫରେଷ୍ଟ ବଙ୍ଗଳା ଠାରେ ମାଁ ପିତାବଲୀ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବୌଦ୍ଧ ବନ ବିଭାଗ ପକ୍ଷରୁ ଏକ ଖଲି ଦନା ତିଆରି ମେସିନ ଯୋଗାଇ ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମ କୁ ବୌଦ୍ଧ ଜିଲାପାଳ ସତ୍ୟ ରଞ୍ଜନ ସାହୁ ଯୋଗ ଦେଇ ମହିଳା ଙ୍କୁ ସ୍ୱାବଲମ୍ବି ହେବା ସହ କିପରି ପରିଚାଳନା କରିବେ ସେନେଇ ପରାମର୍ଶ ଦେବାସହ ମହିଳା ଗୋଷ୍ଠୀ ଙ୍କୁ ଉକ୍ତ ମେସିନ କୁ ପ୍ରଦାନ କରିଥିଲେ ।
ପ୍ରଦାନ ସମୟ ରେ ବୌଦ୍ଧ ଡି ଏଫଓ ଦେବ ପ୍ରିୟ କମ୍ପ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱନୀ ମେହେର, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରୀତିକାନ୍ତି ବଳିୟାର ସିଂ,ବିଡ଼ିଓ ହରଭଙ୍ଗା ସ୍ୱପ୍ନିତା ନାୟକ, ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କଁହର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ରାହୁଲ ପ୍ରଧାନ,ପୁରୁଣା କଟକ ରେଞ୍ଜର ନିହାର ମଳିକ,ଙ୍କ ସମେତ ବନ ବିଭାଗର ଅନାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏବଂ ଉକ୍ତ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଙ୍କୁ ପାହାଡ଼ ନାମକ ଏକ (ଏନ ଜି ଓ ) ସଂସ୍ଥା ଖଲି ଦନା ପ୍ରସ୍ତୁତି ତାଲିମ ପ୍ରଦାନ ସହ ନିଜକୁ କିପରି ସ୍ୱାବଲମ୍ବୀ ହୋଇ ପାରିବେ ସେନେଇ ପ୍ରଶିକ୍ଷଣ ଦାୟିତ୍ୱ ହାତକୁ ନେଇଥିବା ଜଣାପଡିଛି ।
ବୌଦ୍ଧ: ସୁନା ବେଶରେ ଦର୍ଶନ ଦେଲେ ରଥାରୂଢ ଚର୍ତୁଦ୍ଧାମୂର୍ତ୍ତି
ବୌଦ୍ଧ, ୨୯/୬: ଆଜି ପଦ୍ମା ଏକାଦଶି । ରଥାରୂଢ ଚର୍ତୁଦ୍ଧାମୂର୍ତ୍ତି ସୂନା ବେଶରେ ଦର୍ଶନ ଦେଇଛନ୍ତି ଭକ୍ତଙ୍କୁ । ଅପରାହ୍ନରେ ଠାକୁରଙ୍କର ପହଡ ଭାଙ୍ଗିଲାପରେ ବେଶକାରୀ ମାନେ ସୁନା ବେଶରେ ସଜାଇ ଦେଇଥିଲେ ।
ଅପରାହ୍ନ ୪ଟା ପରେ ଠାକୁରଙ୍କର ଏହି ବେଶରେ ଦର୍ଶନ ଆରମ୍ଭ ହୋଇ ରାତ୍ରୀ ୯ଟାରେ ଠାକୁରଙ୍କର ଅଧରପଣା ନୀତି କରାଯାଇ ମନ୍ଦିରକୁ ପହଣ୍ଡି ବିଜେ କରିଥିଲେ । ମନ୍ଦିରରେ ଅଭିମାନୀ ମାଲକ୍ଷ୍ମୀ ଜଗନ୍ନାଥଙ୍କ ବାଟ ଓଗାଳି ମନ୍ଦିର ଭିତରକୁ ଦ୍ୱାର ବନ୍ଦ କରି ପ୍ରବେଶ କରାଇ ଦେଇନଥିଲେ । ମା ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥଙ୍କ ମଧ୍ୟରେ କଥା କଟାକଟି ସଂଗୀତ ମାଧ୍ୟମରେ ସେବକ ତ୍ରିନାଥ ମାହାର ଓ ରିତାଞ୍ଜଳି ସ୍ୱାଇଁ ଏହି ଲକ୍ଷ୍ମୀ ନାରାୟଣ କଳି କାର୍ଯ୍ୟ ସମାପନ କରିଥିଲେ । ଶେଷରେ ବଡଭାଇ ବଳଭଦ୍ରଙ୍କ ଅନୁରୋଧକ୍ରମେ ମାଲକ୍ଷ୍ମୀ ମନ୍ଦିର ଦ୍ୱାର ଫିଟାଇ ପ୍ରଭୁଙ୍କୁ ପାଛୋଟି ନେଇଥିଲେ ।
ଦେବାବେୀଙ୍କର ଏହି କଳିକୁ ଶୁଣିବାପାଇଁ ମନ୍ଦିର ପରିସରରେ ଶତାଧିକ ଭକ୍ତ ସମବେତ ହୋଇଥିଲେ । ପରେ ସେବକମାନେ ପ୍ରଭୁଙ୍କୁ ସିଂହାସନରେ ବିଜେ କରାଇ କ୍ଷମା ପ୍ରର୍ଥନା କରିଥିଲେ । ସଂଧ୍ୟାରେ ରଥଖଳାରେ ସଂଗିତାୟନ ଅନୁଷ୍ଠାନ ପକ୍ଷରୁ ଭଜନ ସମାରୋହ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗତକାଲି ପହଣ୍ଡି ବିଳମ୍ବ ଯୋଗୁଁ ରଥ ଟଣାରେ ମଧ୍ୟ ବିଳମ୍ବ ଘଟିଥିଲା ଯାହା ଭକ୍ତଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା । ରଥ ଆସି ପୋଷ୍ଟଅଫିସ ଛକ ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ଲାଗିଯିବା ଯୋଗୁଁ ସେଠାରେ ଠାକୁର ସକାଳ ପର୍ଯ୍ୟନ୍ତ ଅଟକି ରହିଥିଲେ । ସକାଳେ ପୋଲିସ ଓ ଭକ୍ତଙ୍କ ସହଯୋଗରେ ରଥକୁ ଖଳା ପର୍ଯ୍ୟନ୍ତ ଟାଣି ଅଣାଯାଇଥିଲା ।
ମହିଳା ,ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଦୁଇଦିନିଆଁ ବୌଦ୍ଧଗସ୍ତ ବିଭାଗୀୟ କାର୍ଯ୍ୟକ୍ରମର କଲେ ସମୀକ୍ଷା
ବୌଦ୍ଧ,୨୯/୬: ମହିଳା ,ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଦୁଇଦିନିଆଁ ବୌଦ୍ଧଗସ୍ତରେ ଆସି, ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଗତ ସୋମବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ମହିଳା,ଶିଶୁ ବିକାଶ ଓ ମିଶନ ଶକ୍ତି କାର୍ଯ୍ୟକ୍ରମ ସଂପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ , ତିନି ବ୍ଲକର ସିଡିପିଓ, ମମତା ସଂଯୋଜକ ଆଶିଷ ମହାନ୍ତି,ମିଶନ ଶକ୍ତି ସଂଯୋଜକ ରଶ୍ମିରଞନ ସେଠୀ ଏବଂ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଆଦର୍ଶ କୃଷକ ବଜାର ମଧ୍ୟରେ ସ୍ୱୟଂସହାୟକ ମହିଳା ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ମିଶନ ଶକ୍ତି କାଫେ ଓ ମିଲେଟ ମିଶନ କାଫେ ପରିଦର୍ଶନ କରି ସେମାନଙ୍କ ବ୍ୟବସାୟ ସଂପର୍କରେ ପଚାରି ବୁଝିଥିଲେ ।
ବୌଦ୍ଧଗଡ ଏନଏସିସ୍ଥିତ ଇରିଗେସନ କଲୋନୀର ଅଙ୍ଗନବାଡି କେନ୍ଦ୍ର, ମୁରୁଷୁଣ୍ଡି ପଞ୍ଚାୟତର ସରଣ୍ଡା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଛୋଟ ପିଲାଙ୍କ ସହିତ ମିଶିଥିଲେ । ଅଙ୍ଗନବାଡି ପରିଚାଳିକା ଓ ବିଭାଗୀୟ ଅଧିକାରୀଙ୍କ ସହିତ ଶିଶୁମାନଙ୍କ ଖାଦ୍ୟ ଓ ପାଠ ପଢା ସଂପର୍କରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଆଲୋଚନା କରିଥିଲେ । ମଙ୍ଗଳବାର ବୌଦ୍ଧ ବ୍ଲକ ଜଗତୀଠାରେ ଅବସ୍ଥିତ ଐତିହାସିକ ଗନ୍ଧରାଢୀ ମନ୍ଦିର ପରିଦର୍ଶନ କରିବା ସହ ଅଷ୍ଟମ ଶତାବ୍ଦୀରେ ନିର୍ମିତ ମନ୍ଦିରର କାରୁକାର୍ଯ୍ୟ ଦେଖି ଅଭିଭୁତ ହୋଇଯାଇଥିଲେ । ମନ୍ଦିରର ପୂଜକ ଓ ଅନ୍ୟ ସେବାୟତମାନଙ୍କ ସହିତ ମନ୍ଦିର ପରିଚାଳନା ଓ ଏହାର ପରିସରର ବିକାଶ ନେଇ ମନ୍ତ୍ରୀ ଆଲୋଚନା କରିଥିଲେ । ଅପରାହ୍ନରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ କଣ୍ଟାମାଳ ବ୍ଲକରେ ପହଞ୍ଚି ବ୍ଲକ ସମ୍ମିଳନୀ କକ୍ଷଠାରେ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ କଣ୍ଟାମାଳ ବିଧାୟକ ମହୀଧର ରଣା, ୧ ନମ୍ବର ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ : ମନ୍ତ୍ରୀ ପ୍ରଦିପ ଅମାତଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ
ବୌଦ୍ଧ,୨୯/୬: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ମଙ୍ଗଳବାର ଅପରାହ୍ନରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ଅବସରରେ ମର୍ଜାକୁଦଠାରେ ଜିଲ୍ଲାପରିଷଦ ଭବନର ଭିତିପ୍ରସ୍ତର ସ୍ଥାପନ କରାଯାଇଥିବାବେଳେ ବିଜୁ ପଟ୍ଟନାୟକ ଆଦର୍ଶ କୃଷକ ବଜାର ମଧ୍ୟରେ ଏକ ଡାଲି ପ୍ରକ୍ରିୟାକରଣ କେନ୍ଦ୍ରର ଉଦଘାଟନ, ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନିକଟରେ ସଖୀ ୱାନଷ୍ଟପ ସେଣ୍ଟର ର ଉଦଘାଟନ କରିଥିଲେ । ପରେ ପରେ ଇରିଗେସନ କଲୋନୀ ୱାର୍ଡ ନମ୍ବର ୧ ର ଗାଈଗୋଠ ପଡିଆଠାରେ ବିଜୁ ଆଦର୍ଶ କଲୋନୀ ସ୍ଥିତ ବୁଦ୍ଧଦେବ ସାହି (ନୂତନ ବସତି ବାସସ୍ଥାନ) ର ଉଦଘାଟନ କରିବା ସହିତ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର,ବିଦ୍ୟୁତ,ପାନୀୟଜଳ ଓ ରାସ୍ତା ଆଦି ସୁବିଧା ଯୋଗାଇ ଦିଆଯାଇଥିବାରୁ ବସ୍ତିବାସିନ୍ଦାମାନେ ନିଜେ ରହୁଥିବା ପରିବେଶର ପରିଷ୍କାର ପରିଛନ୍ନତା ରଖିବାକୁ ପରାମର୍ଶ ଦେଇଥିଲେ ।
ଏହି ଉଦଘାଟନୀ ଓ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର,ଉପଧ୍ୟକ୍ଷା ସୁଭାଷିନୀ ସେଠୀ,ବୟନିକା ଅଧ୍ୟକ୍ଷ ପ୍ରକାଶ ମେହେର ଓ ସମସ୍ତ କାଉନସିଲର, ଅଧିକ୍ଷଣ ଯନ୍ତ୍ରୀ ପୁର୍ତ୍ତ ବିଭାଗ ପ୍ରଭାତ ଦାସ,ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ,ସିଡିପିଓ ମିନତୀ ଦେଓ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।
ବୌଦ୍ଧ : କୂଅ ଭିତରେ ପଡିଲା ଭାଲୁ
ବୌଦ୍ଧ,୨୯/୬ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଧଳପୁର ଗ୍ରାମପଞ୍ଚାୟତର ବେଲପଦର ଗ୍ରାମରେ ଗତ ମଙ୍ଗଳବାର ରାତିରେ ଏକ ଭାଲୁ କୁଅରେ ପଡି ବାହରି ପରିନଥିବା ଏକ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ ବେଲପଦର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ଗ୍ରାମର କୃଷ୍ଣଚନ୍ଦ୍ର ମହାକୁଡଙ୍କ ଘର ପଛ ପଟ ଥିବା କୁଆରେ ଗଳିପଡିଥିଲା । ଗଳି ପଡିବାରୁ ଭାଲୁଟି କୁଅ ଭିତରକୁ ଆଉ ବାହାରି ପାରିନଥିଲା ।
ବୁଧବାର ସକାଳୁ ଏନେଇ ଗ୍ରାମବାସୀ ମାନେ ପୁରୁଣାକଟକ ବନ କର୍ମଚାରୀଙ୍କୁ ଜଣାଇବା ପରେ ସ୍ଥାନିୟ ଜନସାଧାରଣ, ବନ କର୍ମଚାରୀ ଓ ଚାରିଛକ ଦମକଳ ବାହିନୀ ସହାୟତାରେ ଭାଲୁକୁ କୂଅ ଭିତରକୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ଭାଲୁଟି ପୁରା ନାକେଦମ କରିପକାଇଥିଲା । ଉଦ୍ଧାର କରିବା ପରେ ଜାଲ ବିଛାଇ ତାକୁ କାବୁ କରିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଥିଲେ । ଭାଲୁକୁ ଦେଖିବାକୁ ଅଞ୍ଚଳର ବହୁ ଲୋକଙ୍କ ସକାଳୁ ସକାଳୁ କୁଅ ପାଖରେ ଭିଡ ଜମି ରହିଥିଲା । ଉଦ୍ଧାର ସମୟରେ ବନ କର୍ମଚାରୀ ଓ ଦମକଳ ବାହିନି କର୍ମଚାରି ସାମିଲ ଥିଲେ ।
ଦୁଇ ଦିନିଆ ଲୋକ ସଂଗିତର ଉତ୍ସବ ‘ଦେଶଜ’ ପାଇଁ ବୌଦ୍ଧ ଟାଉନହଲ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବୌଦ୍ଧ, ୨୯/୬: ଆସନ୍ତା ମାସରେ ହେବାକୁ ଥିବା ଦେଶଜ ଉତ୍ସବ ପାଇଁ ବୌଦ୍ଧ ଟାଉନହଲ ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସରକାରଙ୍କ ଓଡିଶା ସଂଗିତ ନାଟକ ଏକାଡେମୀ ପକ୍ଷରୁ ବୌଦ୍ଧ ଠାରେ ଦୁଇ ଦିନିଆ ଲୋକ ସଂଗିତର ଉତ୍ସବ ‘ଦେଶଜ’ ଆୟୋଜିତ ହେବ । ଆସନ୍ତା ୮ ଓ ୯ ତାରିଖରେ ଦୁଇଦିନ ଧରି ହେବାକୁଥିବା
ଏହି ଲୋକ ସଂଗିତ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲାରୁ ସଂଗିତଜ୍ଞ ଓ କଳାକାରମାନେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଜିଲା ସଂସ୍କୃତି ପରିଷଦ ସହ ମିଳିତ ଆନୁକୁଲ୍ୟରେ ହେବାକୁଥିବା ଏହି ଲୋକ ସଂଗିତର ଉତ୍ସବ ପାଇଁ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଜିଲା ସଂସ୍କୃତି ଅଧିକାରୀ ପ୍ରିତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଓଡିଶା ସଂଗିତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ ସାମିଲ ହୋଇ ଲୋକ ସଂଗିତର ଉତ୍ସବ ନେଇ ଆଲୋଚନା କରିଥିଲେ । ବୈଠକରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତାମାନେ ସାମିଲ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।