Odisha News

ବଦଳିଲା ‘ମୋ ସ୍କୁଲ୍‌’ ଅଭିଯାନ ନାଁ, ‘ପଞ୍ଚଶଖା ଶିକ୍ଷା ସେତୁ’ ନାଁରେ ହେବ ପରିଚାଳିତ

ଭୁବନେଶ୍ୱର, ୧୪/୯ : ସରକାରୀ ସ୍ତରରେ ଗଣଶିକ୍ଷା ବିଭାଗର ‘ମୋ ସ୍କୁଲ’ ଅଭିଯାନ ନାଁକୁ ପରିବର୍ତ୍ତନ କରାଯାଇଛି । ମୋ ସ୍କୁଲକୁ ନାଁକୁ ବଦଳାଇ ‘ପଞ୍ଚଶଖା ଶିକ୍ଷା ସେତୁ’ ନାମରେ ନାମକରଣ କରାଯାଇଛି । ଏ ନେଇ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛନ୍ତି ।
୨୦୧୭ରୁ ପୂର୍ବତନ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ । ତେବେ ନୂତନ ସରକାର ଆସିବା ପରେ ଏହି ନାଁକୁ ପରିବର୍ତ୍ତନ କରି ପଞ୍ଚଶଖା ଶିକ୍ଷା ସେତୁ ଯୋଜନା ଆରମ୍ଭ କରିଛନ୍ତି । ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ନାଁକୁ ବଦଳରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ହେବ ବୋଲି ଘୋଷଣା କରିଥିଲେ । ଏଥିା ପାଇଁ ବଜେଟରେ ୩୩୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ଏହା ଦ୍ୱାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ କରାଯିବ ବୋଲି ସରକାର କହିଥିଲେ ।
ତେବେ ଖାଲି ମୋ ସ୍କୁଲ ନୁହେଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ ପରିବର୍ତ୍ତନ ହୋଇ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ହୋଇଛି ।
ସେହିପରି ବିଜୁ ସେତୁର ନାଁ ବଦଳାଇ ‘ସେତୁ ବନ୍ଧନ’ ଯୋଜନା, ଲକ୍ଷ୍ମୀ ଯୋଜନାର ନାଁ ‘ଗ୍ରାମାଞ୍ଚଳ ପରିବହନ’ ଯୋଜନା, ଆମ ଓ ନବୀନ ଓ ନାଁ ବଦଳାଇ ‘ବିକଶିତ ଗାଁ ବିକଶିତ, କାଳିଆ ଯୋଜନାର ନାଁ ବଦଳାଇ ‘ସିଏମ-କିଷାନ’ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନା ପରିବର୍ତ୍ତେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.