Odisha News

ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍, ନିପ୍ ଅନୁସାରେ ନୂଆ ପାଠ୍ୟକ୍ରମର ଢାଞ୍ଚା ପ୍ରସ୍ତୁତ ହେବ

ଭୁବନେଶ୍ୱର,୨୨/୩ : ନୂଆ ସିଲାବସ୍ ଅନୁସାରେ ପାଠ ପଢିବେ ଛାତ୍ରଛାତ୍ରୀ । ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦୨୬-୨୭ ଶିକ୍ଷା ବର୍ଷରେ ନୂଆ ସିଲାବସ୍ ଲାଗୁହେବ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ” ‘NEPଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୨୦୨୬-୨୭ ଶିକ୍ଷା ବର୍ଷରେ ନୂଆ ସିଲାବସ୍ ହେବ । ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ନୂଆ ସିଲାବସ୍ ପ୍ରସ୍ତୁତ କରାଯିବ ।
ନୂଆ ସିଲାବସ୍ ପାଇଁ ଏକ କମିଟି ଯାଞ୍ଚ କରୁଛନ୍ତି, ଯାହା ଠିକ ହେବ ତାହା ସିଲାବସ୍ ରେ ସ୍ଥାନ ପାଇବ । ରାଜ୍ୟରେ ନୂଆ ସିଲାବସ୍ ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢିବେ । ରାଜ୍ୟର ସ୍କୁଲରେ ପିଲାଙ୍କ ପ୍ରଥମ ଶ୍ରେଣୀର ନାମଲେଖା ପାଇଁ ସେପ୍ଟେମ୍ବର ପହିଲା ସୁଦ୍ଧା ୬ ବର୍ଷ ହେବା ଜରୁରୀ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । କେହି ପିଲା ଯେମିତି ଏଥିରୁ ବାଦ ନ ପଡିବେ ସେଥିପାଇଁ ମଧ୍ୟ ଦୃଷ୍ଟି ଦିଆଯିବ ।

Related Posts