Odisha News

ବଢିଲା ଅଙ୍ଗନବାଡି ଓ ମିନି ଅଙ୍ଗନବାଡି କର୍ମୀଙ୍କ ଦରମା, ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ

ଭୁବନେଶ୍ବର,୨୯/୨ : ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀଙ୍କୁ ଖୁସି ଖବର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ନେଇ ଗୁରୁବାର ଘୋଷଣା କରିଛନ୍ତି।
ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ ୭୫୦୦ ଟଙ୍କା ଦରମା ପାଉଥିବା ବେଳେ ଏଣିକି ୨୫୦୦ ଟଙ୍କା ଅଧିକ ପାଇବେ। ଅର୍ଥାତ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୭୫୦୦ରୁ ୧୦,୦୦୦କୁ ବୃଦ୍ଧି ହୋଇଛି।
ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫୩୫୦ରୁ ୭୨୫୦ ଟଙ୍କା ହୋଇଛି। ରାଜ୍ୟ ସରକାର ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ୩୭୫୦ରୁ ୫୦୦୦ ଟଙ୍କା ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଦରବା ପିଛଲା ଭାବେ ୨୦୨୩ ଅକ୍ଟୋବରୁ ଲାଗୁ ହେବ।
ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିବା ପରେ ରାଜ୍ୟ ସରକାର ବାର୍ଷିକ ୩୫୦ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ। ଏହା ଦ୍ବାରା ୧ଲକ୍ଷ ୪୮ ହଜାର କର୍ମୀ ଉପକୃତ ହେବେ।
ସେବାନିବୃତ୍ତ କର୍ମୀମାନେ ଯେଉଁମାନେ ପୂର୍ବରୁ ୪୦ ହଜାର ଟଙ୍କା ପାଉଥିଲେ, ସେମାନେ ଏବେ ୧ ଲକ୍ଷ ଟଙ୍କା ପାଇବେ।
୩୦ ହଜାର ପାଉଥିବା କର୍ମୀମାନେ ୭୫ ହଜାର ଟଙ୍କା ଓ ୨୦ ହଜାର ପାଉଥିବା କର୍ମୀ ୫୦ ହଜାର ଟଙ୍କା ପାଇବେ। ଚାକିରି ସମୟରେ ମୃତ୍ୟୁ ହେଲେ ବା ଅକର୍ମଣ୍ୟ ହେଲେ ୨ ଲକ୍ଷ ଟଙ୍କା ଓ ଦୁର୍ଘଟଣାର ଶିକାର ହୋଇ ଆଂଶିକ ଅକମଣ୍ୟ ହେଲେ ୧ ଲକ୍ଷ ଟଙ୍କା ସହାୟତା ମିଳିବ।

Related Posts

Seo wordpress plugin by www.seowizard.org.