ବଜ୍ରାଘାତ ନେଲା ତିନି ମହିଳାଙ୍କ ଜୀବନ, ବିଲରେ କାମ କରୁଥିବା ସମୟରେ ଘଟିଲା ଅଘଟଣ

କଳାହାଣ୍ଡି,୨୬/୯ : ବଜ୍ରପାତରେ ଆଜି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ଚିତାମୁଣ୍ଡା ଗାଁରେ ଘଟିଛି ଏହି ଘଟଣା। ଅପରାହ୍ନରେ ଏହି ତିନି ମହିଳା ବିଲରେ କାମ କଲା ବେଳେ ବଜ୍ରାଘାତର ଶିକାର ହୋଇଥିଲେ।