ଫ୍ରେଣ୍ଡସ କ୍ଲବ ୨୩ ତମ ଫୁଟୁବଲ ଟୁର୍ଣ୍ଣାମେଣ୍ଟ : ମୁଣ୍ଡାପଡା ଦଳ ଫାଇନାଲରେ ପ୍ରବେଶ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୮/୨ : ବୌଦ୍ଧ ବ୍ଳକ ମୁଣ୍ଡାପଡା ପଞ୍ଚାୟତ ହାଇସ୍କୁଲ ଖେଳପଡ଼ିଆରେ ମୁଣ୍ଡାପଡା ପ୍ରେଣ୍ଡସ କ୍ଲବ୍ ପକ୍ଷରୁ ଚାଲିଥିବା ୨୩ ତମ ମୁଣ୍ଡାପଡା ଫ୍ରେଣ୍ଡସ କ୍ଳବ ଫୁଟବଲ୍ ପ୍ରତିଯୋଗିତା ଚତୁର୍ଥ ଦିବସରେ ମୁଣ୍ଡାପଡା ଓ ଗିରାସିଙ୍ଗା ଦଳ ମଧ୍ୟ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଣ୍ଡାପଡା ଦଳ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ମୁଣ୍ଡାପଡା କୃଷି ଅଧିକାରୀ ନାରସୀନାମ ଶୁଣ୍ଢୀ, ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ପରିସଂଖ୍ୟାନ କ୍ଷେତ୍ର ପରିଦର୍ଶନ ଅଧିକାରୀ ସୁଶୀଲ କୁମାର ସାହୁ ଯୋଗ ଦେଇ ଖେଳଟିକୁ ଉଦଘାଟନ କରି ଖେଳାଳିଙ୍କୁ ଉତ୍ସହିତ କରିଥିଲେ ।
ରେଫରୀ ଭାବେ ଶ୍ରବଣ ବେହେରକ୍ଷ ଓ ତାଙ୍କୁ ଲାଇନ୍ସରେ ସହଯୋଗ କରିଥିଲେ ଅମରେଶ ପ୍ରଧାନ, ପ୍ରହଲ୍ଲାଦ ଭୋକ୍ତା ସହଯୋଗ କରିଥିଲେ ।
କ୍ଳବର ସଦସ୍ୟ ନିରଞ୍ଜନ ବଗର୍ତ୍ତୀ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ପ୍ରେଣ୍ଡସ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ରବିବାର ମନୁପାଳି ଦଳ ସହ ମୁଣ୍ଡାପଡା ଦଳ ମଧ୍ୟ୍ୟରେ ପାଇନାଲ ମ୍ୟାଚ ଖେଳାଯିବ ।




