Odisha News

ପ୍ରତାପ ଷଡ଼ଙ୍ଗୀଙ୍କୁ ଧକ୍କା: ଭୁବନେଶ୍ବରରେ ବିଜେପି ଯୁବମୋର୍ଚ୍ଚାର ବିରୋଧ

ଭୁବନେଶ୍ୱର,୧୯/୧୨: କଂଗ୍ରେସ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଚରଣକୁ ନେଇ ଦେଶରେ ରାଜନୈତିକ ନିଆଁ କୁହୁଳିବା ଆରମ୍ଭ ହୋଇଛି । ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯିବା ସହିତ ରାହୁଲଙ୍କୁ ବିରୋଧ କରାଯାଇଛି । ଏ ନେଇ ଓଡ଼ିଶାରେ ମଧ୍ୟ ଜୋରଦାର ବିରୋଧ କରାଯାଇଛି । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।
ବିଜେପି ଯୁବ ମୋର୍ଚ୍ଚା କହିଛି, ରାହୁଲ ଗାନ୍ଧୀ ଆଗରୁ ଅନେକ ଭୁଲ କରିଛନ୍ତି । କିନ୍ତୁ ଆଜି ସେ ଯେଉଁଭଳି ଭାବେ ବ୍ୟବହାର କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଜଣେ ବରିଷ୍ଠ ସାଂସଦଙ୍କ ପ୍ରତି ତାଙ୍କର ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ରାହୁଲ ଗାନ୍ଧୀ ଜଣେ ସାଂସଦ ହେବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ଯୁବ ମୋର୍ଚ୍ଚା କହିଛି । ମାଷ୍ଟରକ୍ୟାଣ୍ଟିନ ଛକଠାରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ତେବେ ଘଟଣା ପାଇଁ ରାହୁଲ କ୍ଷମା ମାଗିବା ସହିତ ତାଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଯଦି ରାହୁଲ ଦାବି ନ ମାନନ୍ତି ତେବେ ଆଗାମୀ ଦିନରେ ତାଙ୍କୁ ଓଡ଼ିଶା ମାଟିରେ ପୁରାଇ ଦିଆଯିବ ନାହିଁ ବୋଲି ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆଜି ସଂସଦରେ ଉଭୟ ବିଜେପି ଏବଂ କଂଗ୍ରେସ ସଦସ୍ୟମାନେ ବିକ୍ଷୋଭ କରୁଥିବାବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ତଳେ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡ ଗଭୀର ଆଘାତ ଲାଗିଛି । ରାହୁଲ ଗାନ୍ଧୀଙ୍କ ଯୋଗୁଁ ଏଭଳି ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ଯେ ଜଣେ ସାଂସଦକୁ ରାହୁଲ ଗାନ୍ଧୀ ଧକ୍କା ଦେବାରୁ ସେ ଆସି ପ୍ରତାପ ଷଡ଼ଙ୍ଗୀ ଉପରେ ପଡ଼ି ଯାଇଥିଲେ । ଏହା ପରେ ପ୍ରତାପ ଷଡ଼ଙ୍ଗୀ ସିଡିରୁ ପଡ଼ି ଯାଇଥିଲେ । ଫଳରେ ପ୍ରତାପଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା ତାଙ୍କ ବାମ ଆଖି ପାଖରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଘଟଣାରେ ପ୍ରତାପଙ୍କ ସହିତ ମୁକେଶ ରାଜପୁତ ମଧ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରତାପଙ୍କ ମୁଣ୍ଡ ଲାଗିଥିବା କ୍ଷତ ସ୍ଥାନରେ ସିଲେଇ ପଡ଼ିଥିବାବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି ।

Related Posts