Odisha News

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ବର,୨୬/୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୪ ଫଳ ରବିବାର ଅପରାହ୍ଣରେ ପ୍ରକାଶିତ ହୋଇଛି।
କଳାରେ ପାସ୍ ହାର ୮୦.୯୫%, ବିଜ୍ଞାନର ପାସ୍ ହାର ୮୬.୯୩%, ବାଣିଜ୍ୟର ପାସ୍ ହାର ୮୨.୨୭% ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ୬୮.୦୨ ପ୍ରତିଶତ ରହିଛି। ଏହି ୪ ବିଷୟରେ ପରୀକ୍ଷାର ଫଳ ଙ୍ଗଙ୍ଗଙ୍ଗ.କ୍ଟକ୍ସସଗ୍ଦଗ୍ଦବକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭରେ ଉପଲବ୍ଧ କରାଯାଇଥିବା ନେଇ ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ଏକକାଳୀନ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ପୁଅଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି।
ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି ଯେ, ଯୁକ୍ତ ୨ ବିଜ୍ଞାନରେ ପୁଅଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି। ୬୦,୯୭୩ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨,୫୬୭ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ପୁଅଙ୍କ ପାସ୍ ହାର ୮୬.୨୧ ପ୍ରତିଶତ ହୋଇଥିବା ବେଳେ ଝିଅଙ୍କ ପାସ୍ ହାର ୮୭.୭୪ ପ୍ରତିଶତ ରହିଛି। ଅର୍ଥାତ ୫୪,୯୨୨ଙ୍କ ମଧ୍ୟରୁ ୪୮,୧୯୦ ଜଣ ଝିଅ ପାସ କରିଛନ୍ତି।
ଯୁକ୍ତ ୨ ବାଣିଜ୍ୟରେ ୯୪୩୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୦୬୯ପାସ୍ କରିଛନ୍ତି। ୧୬୪୬୬ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩,୨୩୯ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୫% ଓ ପୁଅଙ୍କ ପାସ୍ ହାର ୮୦.୪୦ ପ୍ରତିଶତ।
କଳାରେ ମଧ୍ୟ ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି। କଳାରେ ମୋଟ୍ ୨,୩୫,୨୧୮ ପରୀକ୍ଷା ଦେଇଥିଲେ। ସେଥିରୁ ୧,୯୦,୪୨୯ ଜଣ ପାସ୍ କରିଛନ୍ତି। ୧,୦୪,୪୪୭ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୫,୯୧୩ ଉତ୍ତୀର୍ଣ୍ଣ ହୋଇଛନ୍ତି।
କଳାରେ ପୁଅଙ୍କ ପାସ୍ ହାର ୭୨.୬୮ ପ୍ରତିଶତ ଥିବା ବେଳେ ଝିଅଙ୍କ ପାସ୍ ହାର ୮୭.୫୬ ପ୍ରତିଶତ ରହିଛି। ମୋଟ ୧,୩୦,୭୭୧ ଜଣ ଝିଅ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧,୧୪,୫୧୬ ଉତ୍ତୀର୍ଣ୍ଣ ହୋଇଛନ୍ତି।

Related Posts

Seo wordpress plugin by www.seowizard.org.