Odisha News

ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ, ଆଗରେ ରେଭେନ୍ସା

ଭୁବନେଶ୍ବର, ୨୦/୭: ୨୦୨୪ – ୨୫ ଶିକ୍ଷା ବର୍ଷ ପାଇଁ ଆଜି ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ ରହିଛି ରେଭେନ୍ସା। କଳାରେ ୭୫. ୧୭% ସହ ଆଗରେ ରହିଚି ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍।
ସେହିପରି ବିଜ୍ଞାନରେ ୯୧.୫୦% ଓ ବାଣିଜ୍ୟରେ ୭୭% ସହ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍ ଆଗରେ ରହିଛି।
ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାମ କଟ୍ ଅଫ୍ ତାଲିକାରେ ରହିଛି।
ବାଦ ପଡିଛନ୍ତି ୪୯ ହଜାର ୬୨୧ ଜଣ। କଳାରେ ୨ ଲକ୍ଷ ୭୧ ହଜାର ୪୯୨ ଜଣ ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୨୭୩ ଜଣ, ବାଣିଜ୍ୟରେ ୨୪ ହଜାର ୩୫୪ ଜଣ, ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ, ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ, ଧନ୍ଦାମୂଳକ ୪ ହଜାର ୯୭୮ ଜଣ ନାମଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ଅଗଷ୍ଟ ୧ ରୁ ଆରମ୍ଭ ହେବ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢା ।

Related Posts

Seo wordpress plugin by www.seowizard.org.