Odisha News

ପ୍ରକାଶ ପାଇଲା ଜେଇଇ ମେନ୍ ସେସନ-୧ ରେଜଲ୍ଟ, ଓ୍ୱେବସାଇଟରେ ଦେଖିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର,୭/୨: ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନେସ୍ନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍-୨୦୨୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ଏବେ ସେମାନଙ୍କ ଫଳାଫଳ jeemain.nta.nic.in ଜରିଆରେ ଦେଖିପାରିବେ।
ଚଳିତବର୍ଷ ସମୁଦାୟ ୮.୬ ଲକ୍ଷ ପରୀକ୍ଷାର୍ଥୀ ପେପର୍-୧ ପରୀକ୍ଷା ଦେଇଥିବା ବେଳେ ୦.୪୬ ଲକ୍ଷ ପରୀକ୍ଷାର୍ଥୀ ପେପର୍-୨ ପରୀକ୍ଷା ଦେଇଥିଲେ। ଏନ୍ଟିଏ ଏହି ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ପରଠାରୁ ଏବର୍ଷ ସର୍ବାଧିକ ୯୫.୭୯ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।
ପରୀକ୍ଷା ୱେବ୍ସାଇଟ୍ରେ ଜେଇଇ ମେନ୍ ୨୦୨୩ର ଉତ୍ତର ବି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଓ ଉତ୍ତରକୁ ୱେବ୍ସାଇଟ୍ ଜରିଆରେ ଡାଉନ୍ଲୋଡ କରିପାରିବେ।

Related Posts

Seo wordpress plugin by www.seowizard.org.