Odisha News

ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର,୨/୩: ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ସାଢେ ତିନି ବର୍ଷ ବିଳମ୍ବରେ ହେବାକୁ ଯାଉଥିବା ପୌର ନିର୍ବାଚନ ପାଇଁ ହାତରେ କମ୍ ସମୟ ଥିବାରୁ ପ୍ରାର୍ଥୀ ଚୟନରେ ମାତିଛନ୍ତି ପ୍ରମୁଖ ରାଜନୈତିକ ଦଳ। ତେବେ ମେୟର ପ୍ରାର୍ଥୀଙ୍କୁ ନେଇ ଲାଗି ରହିଛି ଉତ୍ସୁକତା। କାରଣ, ଏଥର ମ୍ୟୁନିସିପାଲଟି ଚେୟାରମ୍ୟାନ୍ ଓ ମହାନଗର ନିଗମ ମେୟର ପଦ ଲାଗି ହେବ ସିଧାସଳଖ ନିର୍ବାଚନ।
ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଏବଂ ୨୬ରେ ଭୋଟ ଗଣତି ହେବ। ଆଜିଠୁ ୭ ତାରିଖ ପର‌୍ୟ୍ୟନ୍ତ ମନୋନୟନ ପତ୍ର ଦାଖଲ ସମୟସୀମା ରହିଛି। ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି। ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ।

Related Posts

Seo wordpress plugin by www.seowizard.org.