Odisha News

ପୋଷ୍ଟ ମାଷ୍ଟର ଓ ପୋଷ୍ଟ ପିଅନଙ୍କ ମଧୁ ଚନ୍ଦ୍ରିକା: ଲୁଟି ନେଲେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା

ସାଲେପୁର,୧୪/୧୦: : ପୋଷ୍ଟ ମାଷ୍ଟର ଏବଂ ପୋଷ୍ଟ ପିଅନଙ୍କ ମଧୁ ଚନ୍ଦ୍ରିକା। ଲୁଟି ନେଲେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା। ପଚାରିଲେ ପୋଷ୍ଟ ମାଷ୍ଟର କହୁଛନ୍ତି ମୁଁ ଏ ବିଷୟରେ କିଛି ଜାଣିନି।
ଏମିତି ଘଟଣା କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ପୁରୁଣା ହାଟ ପୋଷ୍ଟ ଅଫିସରେ ଘଟିଛି। ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ପୋଷ୍ଟ ମାଷ୍ଟର ଏବଂ ପୋଷ୍ଟ ପିଅନ ମିଲିଭଗତରେ ହରିଲୁଟ କରିଥିବା ଜମାକାରୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ପରେ ତଦନ୍ତ ହେବାରୁ ଜଣା ପଡିଛି ଯେ, ପୋଷ୍ଟ ଅଫିସର ଆସିଷ୍ଟାଣ୍ଡ ସୁପେରିଟେଣ୍ଡେଣ୍ଟ ମୀନ କେତନ ପ୍ରଧାନ ଜମାକାରୀଙ୍କ ପାସ ବୁକ୍ରେ ଟଙ୍କା ଡିପୋଜିଟ୍ କରିଦେବାକୁ ପୋଷ୍ଟ ପିଅନ ବାବାଜୀ ତରାଇଙ୍କୁ କହିଥିଲେ। ହେଲେ ଅର୍ଥ ଡ଼ିପୋଜିଟି ନ କରି ପୋଷ୍ଟର ଏବଂ ପୋଷ୍ଟ ପିଅନ ମିଶି ଅର୍ଥ ଆତ୍ମସାତ କରିଛନ୍ତି।
ଘଟଣା ଜଣା ପଡିବା ପରେ ପୋଷ୍ଟ ଅଫିସରେ ଉତ୍ତେଜନା ଦେଖାଦେଇଛି। ପୋଷ୍ଟ ମାଷ୍ଟର ଅନନ୍ତ କୁମାର ମଲ୍ଲିକ ଏ ସଂପର୍କରେ କିଛି ଜାଣି ନଥିବା କହିଛନ୍ତି।
ସଂପୂର୍ଣ୍ଣ ତଦନ୍ତ ସରିଲା ପରେ ଯାଇ ମତାମତ ଦେବୁ ବୋଲି କହିଛନ୍ତି ଅଫିସର ଆସିଷ୍ଟାଣ୍ଡ ସୁପେରିଟେଣ୍ଡେଣ୍ଟ ମୀନ କେତନ ପ୍ରଧାନ। କିନ୍ତୁ ଜମାକାରୀଙ୍କ କହିବା କଥା ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଦୁର୍ନୀତି ହୋଇଥାଇପାରେ। ଘଟଣାର ସଠିକ୍ ତଦନ୍ତ କଲେ ସବୁ ଜଣା ପଡିବ।

Related Posts

Seo wordpress plugin by www.seowizard.org.