Odisha News

ପୋଲିସ୍‌ର କଡା ପ୍ରହର: ଦଶହରା ଖଟି ମନା

ଭୁବନେଶ୍ୱର,୨୩/୯: ଆଉ ଦିନ କେଇଟା ପରେ ଦଶହରା ପୂଜା । ସେଥିପାଇଁ ଏବେଠାରୁ ଚଳଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱ । ଦୁଇ ବର୍ଷ ପରେ ଚଳିତ ବର୍ଷ ଧୁମ୍ ଧୁମାରେ ପାଳିତ ହେବ ପାର୍ବଣ ପର୍ବ । ସେଥିପାଇଁ ସହରରେ ସାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ କମିଶନରେଟ୍ ପୋଲିସ୍‌ର ସ୍ପେଶାଲ ଡ୍ରାଇଭ କରାଯାଇଛି ।
ରାତିରେ ପୋଲିସ ଅଧିକାରୀମାନେ ଭୁବନେଶ୍ୱର ର ବିଭିନ୍ନ ବସ୍ତି ଅଞ୍ଚଳ ବୁଲି ବୁଲି ବେଆଇନ୍ ମଦ କାରବାର, ଖୋଲାରେ ମଦ ପିଇବା, ବେଆଇନ୍ ଭାବେ ଅଯଥା ଖଟି କରିବା ଇତ୍ୟାଦି ପରଖିଥିଲେ ।
କ୍ୟାପିଟାଲ ଥାନା ପୋଲିସ ୟୁନିଟ୍-୬ର ବସ୍ତି ଅଞ୍ଚଳ, ଲକ୍ଷ୍ମୀସାଗର ପୋଲିସ ହଳଦିପଡ଼ିଆ ଓ ଝାରପଡ଼ାର ବସ୍ତି, ଖାରବେଳନଗର ଥାନା ପୋଲିସ ଶାନ୍ତିନଗର ଓ ମାଳିସାହି ଅଞ୍ଚଳ ବୁଲି ସ୍ଥିତି ପରଖିଥିଲେ କମିଶନରେଟ୍ ପୋଲିସ।
କେଉଁଠି ବେଆଇନ୍ ଭାବେ ଦେଶି ମଦ ରନ୍ଧା ହେଉଛି କି, ଅଯଥାରେ ଖଟି ହେଉଛି କିମ୍ବା ନିଶା କାରବାର ଚାଲିଛି, ତାର ଯାଞ୍ଚ କରିଥିଲେ। ଏସିପି ରାଙ୍କ୍ ଅଫିସରଙ୍କ ନେତୃତ୍ୱରେ ହୋଇଥିବା ଏହି ସ୍ପେଶାଲ ଡ୍ରାଇଭ୍ରେ ଥାନା ଆଇଆଇସି ଓ ଏସ୍.ଆଇ ମାନେ ସାମିଲ ହୋଇଥିଲେ ।

Related Posts

Seo wordpress plugin by www.seowizard.org.